ବିଦାୟ ନେଉଛନ୍ତି ମା', ପୁଣି ଆର ବର୍ଷକୁ ଅପେକ୍ଷା

By ETV Bharat Odisha Team

Published : Oct 25, 2023, 9:33 PM IST

thumbnail

ବ୍ରହ୍ମପୁର: ବିଦାୟ ନେଉଛନ୍ତି ମା' । ପ୍ରସ୍ତୁତି ଶେଷପର୍ଯ୍ୟରେ । ପୁଣି ୧ବର୍ଷକୁ ଅପେକ୍ଷା । ସାରା ଦେଶରେ ଚାଲିଥିଲା ମା' ଜଗତ ଜନନୀଙ୍କ ପୂଜା । ସିିଲ୍କ ସିଟିରେ ଦୀର୍ଘ ୯ଦିନ ଧରି ଚାଲିଥିବା ନବରାତ୍ର ପୂଜାର ଆଜି ଶେଷ ଦିନ । ଆଜି ମା' ସହର ପରିକ୍ରମା କରି ବିଳମ୍ବିତ ରାତିରେ ମେଲାଣି ନେବେ । ସରା ରାଜ୍ୟରେ ମେଲାଣି ନେଇଛନ୍ତି ମା' ଦୁର୍ଗା । ବ୍ରହ୍ମପୁର ସହରରେ ମଧ୍ୟ ମାଆଙ୍କୁ ମେଲାଣି ଦବା ପାଇଁ ପ୍ରସ୍ତୁତି ଶେଷପର୍ଯ୍ୟରେ  । 

ଆଜି ବିଳମ୍ବିତ ରାତିରେ ମା'ଙ୍କୁ ମେଲାଣି ଦେବେ ସହରବାସୀ । ପ୍ରଶାସନ ପକ୍ଷର ମଧ୍ୟ ଭଷାଣି କାର୍ଯ୍ୟକ୍ରମ ପାଇଁ ବ୍ୟପକ ପ୍ରସ୍ତୁତି ସରିଛି । ସହରର ବିଜିପୁର ସ୍ଥିତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଢ ଜମିବା ସହ ଆଜି ମାଆଙ୍କ ଶେଷ ଦିନଥିବାରୁ ଭାବ ବିହୋଳ ହୋଇ ପଡିଥିଲେ ଶ୍ରଦ୍ଧାଳୁ । ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ ଆତସ ବାଜି ପୁଟାଇ ସହର ପରିକ୍ରମା କରି ରାତି ପ୍ରାୟ ୧୦ ଟା ସମୟରେ ମା'ଙ୍କୁ ମେଳାଣି ଦିଆଯିବ ବୋଲି ସୂଚନା ମିିଳିଛି  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.