ମେଲାଣି ନେଉଛନ୍ତି ମହାମାୟା, ମଙ୍ଗଳାବାଗ ଛକରେ କାହିଁକି ଏକାଠି ହୁଏ ମେଢ ?

By ETV Bharat Odisha Team

Published : Oct 25, 2023, 3:33 PM IST

thumbnail

କଟକ: ମେଲାଣି ନେଉଛନ୍ତି ମା’ ଜଗତଜନନୀ । ଭାବବିହ୍ୱଳ ହୋଇ ଛଳଛଳ ଆଖିରେ ମହାମାୟାଙ୍କୁ ମେଲାଣୀ ଦେଉଛନ୍ତି କଟକବାସୀ । ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ରରେ ଦୁଲୁକୁଛି ସହର । ତେବେ ଭସାଣ ଯାତ୍ରାରେ ସାମିଲ ହେବା ପୂର୍ବରୁ ମେଢ଼ଗୁଡିକ ପ୍ରଥମେ ସାହି ପରିକ୍ରମା କରିବାର ପରମ୍ପରା ରହିଛି । ସାହି ବୁଲିବା ପରେ ମେଢ଼ଗୁଡିକ ଦେବୀଗଡା ବାହାରିବାର ପରମ୍ପରା ରହିଛି । ତେବେ ସକାଳୁ ସକାଳୁ ମେଢ଼ଗୁଡିକ ସାହି ପରିକ୍ରମା କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ..ଭସାଣି ପାଇଁ ରାଜଧାନୀରେ କଡ଼ାକଡ଼ି ଟ୍ରାଫିକ କଟକଣା, ଏହି ସବୁ ରୁଟ୍‌ରେ ଗାଡ଼ି ଯିବା ମନା


ତେବେ ମଙ୍ଗଳାବାଗ ଛକରେ କାହିଁକି ମେଢ଼ଗୁଡିକ ଏକତ୍ରିତ ହୋଇଥାଏ : ପରମ୍ପରା ଅନୁଯାୟୀ ମଙ୍ଗଳାବାଗ ଛକରେ ପୂର୍ବାଞ୍ଚଳ ମେଢ଼ଗୁଡିକ କିଛି ସମୟ ପାଇଁ ଅଟକି ଥାଆନ୍ତି । ମଙ୍ଗଳାବାଗ ପୂଜା କମିଟି ସମସ୍ତ ମେଢ଼ଗୁଡିକୁ ସମ୍ବର୍ଦ୍ଧିତ କରିବାର ପରମ୍ପରା ରହିଛି । ଯଦିଓ ଏହି ପରମ୍ପରା ବହୁ ପୁରୁଣା । ହେଲେ ଏବେବି ଏହି ପରମ୍ପରା ଉଜ୍ଜୀବିତ ହୋଇରହିଛି । କେବଳ ସେତିକି ନୁହେଁ ବରଂ ଜାତି, ଧର୍ମ ନିର୍ବିଶେଷରେ ଏହି ଛକରେ ସମସ୍ତେ ଏକତ୍ରିତ ହୋଇଥାଆନ୍ତି । ତେବେ କାହିଁକି ଏହି ପରମ୍ପରା ? କେବେଠାରୁ ଏହା ଚାଲି ଆସୁଛି ? ଏନେଇ କଟକ ମଙ୍ଗଳାବାଗ ଛକରୁ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ.... 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.