2024 ଲୋକସଭା ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ, ଭୋଟ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର - KCR casts his vote

By ETV Bharat Odisha Team

Published : May 13, 2024, 1:01 PM IST

thumbnail
ଭୋଟ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର (ANI)

CM K Chandrashekar Rao casts his vote: ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟୟ ମତଦାନ । ଆଜି 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 96ଟି ଆସନରେ ପଡୁଛି ଭୋଟ । ତେଲେଙ୍ଗାନାର ସମସ୍ତ 17ଟି ଆସନରେ ମତଦାନ ଅନୁଷ୍ଠିତ ହେଉଛି । ଏଠାରେ ମୈଦାନରେ ଅଛନ୍ତି 525 ଜଣ ପ୍ରାର୍ଥୀ । ଏହି କ୍ରମରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି । ସେ ସିଦ୍ଧିପେଟ ଜିଲ୍ଲା ଚିନ୍ତାମଡକା ସ୍ଥିତ ପୋଲିଂ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ଚତୁର୍ଥ ପର୍ଯ୍ୟାୟ ମତଦାନରେ ମୋଟ 1717 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେପଟେ ବିଆରଏସ ନେତା କେଟି ରାମା ରାଓ ମଧ୍ୟ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.