ETV Bharat / bharat

ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ; 96ଆସନରେ ମୋଟ 62.70% ମତଦାନ ରେକର୍ଡ, ପଶ୍ଚିମବଙ୍ଗରେ ସର୍ବାଧିକ - LOK SABHA ELECTION 2024

author img

By ETV Bharat Odisha Team

Published : May 13, 2024, 7:02 AM IST

Updated : May 14, 2024, 9:50 AM IST

LOK SABHA ELECTION 2024
LOK SABHA ELECTION 2024

19:29 May 13

ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ; ଦେଶରେ ମୋଟ 62.70% ମତଦାନ ରେକର୍ଡ

ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ୯୬ ଆସନରେ ମୋଟ ମତଦାନ 62.70% ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ 75.87% ମତଦାନ ହୋଇଥିବା ବେଳେ ଏହା ପଛକୁ ମଧ୍ୟପ୍ରଦେଶ ରହିଛି । ଏଠାରେ 68.36% ମତଦାନ ହୋଇଛି । ସେହିପରି ଜମ୍ମୁକାଶ୍ମୀରରେ ସର୍ବନିମ୍ନ 36.01% ମତଦାନ ରେକର୍ଡ ହୋଇଛି ।

17:39 May 13

ସନ୍ଧ୍ୟା ୫ଟା ସୁଦ୍ଧା କେଉଁଠି କେତେ ମତଦାନ ?

LOK SABHA ELECTION 2024
LOK SABHA ELECTION 2024

୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନରେ ୯୬ ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୩୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୭୫.୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଜମ୍ମୁକାଶ୍ମୀରରେ ସର୍ବନିମ୍ନ ମତଦାନ ୩୫.୭୫ ପ୍ରତିଶତ ହୋଇଛି ।

15:59 May 13

ଅପରାହ୍ନ ୩ଟା ସୁଦ୍ଧା କେଉଁଠି କେତେ ମତଦାନ ?

LOK SABHA ELECTION 2024
LOK SABHA ELECTION 2024

ଅପରାହ୍ନ ୩ଟା ସୁଦ୍ଧା ଦେଶରେ ମୋଟ ୫୨.୬୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଙ୍ଗରେ ସର୍ବାଧିକ ୬୬.୦୫% ମତଦାନ ହୋଇଥିବା ବେଳେ ଜମ୍ମୁକାଶ୍ମୀର ସର୍ବନିମ୍ନ ୨୯.୯୩ ପ୍ରତିଶତ ମତଦାନ ହୋଇଛି ।

14:32 May 13

LOK SABHA ELECTION 2024
LOK SABHA ELECTION 2024

13:54 May 13

ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ଜମ୍ମୁକାଶ୍ମୀରରେ ସର୍ବାନିମ୍ନ ପ୍ରତିଶତ ମତଦାନ

1pm voting percentage
1pm voting percentage

ଆଦିଲ୍ଲୀ: ଦିନ 1ଟା ସୁଦ୍ଧା ଓଡିଶାରେ 39.30 ପ୍ରତିଶତ ଭୋଟ ହୋଇଥିବା ବେଳେ ଝାଡଖଣ୍ଡରେ 43.80 ଭୋଟିଂ ହୋଇଛି । ସେହିପରି ପଶ୍ଚିମବଙ୍ଗରେ 51.87, ଆନ୍ଧ୍ରପ୍ରଦେଶରେ 40.26 ପ୍ରତିଶତ ଭୋଟିଂ ହୋଇଛି । ଅନ୍ୟପଟେ ବିହାରରେ 34.44, ଜମ୍ମୁକାଶ୍ମୀରରେ 23.57 ପ୍ରତିଶତ, ମଧ୍ୟପ୍ରଦେଶରେ48.52, ମହାରାଷ୍ଟ୍ରରେ 30.85, ତେଲେଙ୍ଗାନାରେ 40.38, ଉତ୍ତରପ୍ରଦେଶରେ 39.68 ପ୍ରତିଶତ ମତଦାନ ହୋଇଛି ।

12:23 May 13

ଭୋଟ ଦେଲେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ହାଇଦ୍ରାବାଦ: ଗତନ୍ତ୍ରର ମହାପର୍ବରେ ସାମିଲ ହେଲେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ । ସିଦ୍ଧିପେଟର ଚିନ୍ତାମଡକାର ଏକ ବୁଥରେ ଆସି ମତଦାନ କରିଛନ୍ତି ।

11:36 May 13

ଦିନ 11 ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ଜମ୍ମୁକାଶ୍ମୀରରେ ସର୍ବାନିମ୍ନ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଦିନ 11ଟା ସୁଦ୍ଧା ଓଡିଶାରେ 23.28 ପ୍ରତିଶତ ଭୋଟ ହୋଇଥିବା ବେଳେ ଝାଡଖଣ୍ଡରେ 27.40 ଭୋଟିଂ ହୋଇଛି । ସେହିପରି ପଶ୍ଚିମବଙ୍ଗରେ 32.78, ଆନ୍ଧ୍ରପ୍ରଦେଶରେ 18.81 ପ୍ରତିଶତ ଭୋଟିଂ ହୋଇଛି । ଅନ୍ୟପଟେ ବିହାରରେ 22.54, ଜମ୍ମୁକାଶ୍ମୀରରେ 14.94 ପ୍ରତିଶତ, ମଧ୍ୟପ୍ରଦେଶରେ 32.38, ମହାରାଷ୍ଟ୍ରରେ 17.51, ତେଲେଙ୍ଗାନାରେ 24.31, ଉତ୍ତରପ୍ରଦେଶରେ 27.12 ପ୍ରତିଶତ ମତଦାନ ହୋଇଛି ।

11:23 May 13

ଭୋଟ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ

ହାଇଦ୍ରାବାଦ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ତେଲେଙ୍ଗାନାର 17ଟି ଆସନରେ ମତଦାନ ହେଉଛି । ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ । ମେହବୁବ ନଗରର କୋଡାଙ୍ଗନ ମତଦାନ କେନ୍ଦ୍ରକୁ ଆସି ସେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

11:17 May 13

ମତଦାନ କଲେ କେଟି ରାମା ରାଓ

ହାଇଦ୍ରାବାଦ: ଭୋଟ ଦେଲେ ବିଆରଏସ ଲିଡର କେଟି ରାମା ରାଓ । ହାଇଦ୍ରାବାଦକର ଏକ ବୁଥରେ କେଟି ରାମାରାଓ ତାଙ୍କ ପରିବାର ସହିତ ଆସି ଭୋଟ ଦେଇଛନ୍ତି ।

10:32 May 13

ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଚମ୍ପଇ ସୋରେନ

ରାଞ୍ଚି: ଝାଡଖଣ୍ଡର 4ଟି ଆସନରେ ମତଦାନ ହେଉଛି । ତେବେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ । ସରଇକାଲାର ଜିଲିଙ୍ଗଗୋରା ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ।

10:26 May 13

ପଶ୍ଚିମବଙ୍ଗର ଦୁର୍ଗାପୁରରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ବଚସା

କୋଲକାତା: ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ମତଦାନ ଜାରି ରହିଛି । ପଶ୍ଚିମବଙ୍ଗର 8ଟି ଆସନକେ ଭୋଟ ହେଉଥିବା ବେଳେ ବିଶୃଙ୍ଖଳା ଦେଖାଦେଇଛି । ବିଜେପି ଏବଂ ଟିଏମସି ମଧ୍ୟରେ ବଚସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଦୁର୍ଗାପୁରରେ ଦୁଇ କର୍ମୀଙ୍କ ମଧ୍ୟରେ ବଚସା ଦେଖାଦେଇଛି ।

09:46 May 13

ଦିନ 9 ସୁଦ୍ଧା ପଶ୍ଚିମବଙ୍ଗରେ ସର୍ବାଧିକ ଓ ମହାରାଷ୍ଟ୍ରରେ ସର୍ବାନିମ୍ନ ପ୍ରତିଶତ ମତଦାନ

9am voting percentage
9am voting percentage

ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ଝାଡଖଣ୍ଡରେ 11.78 ଭୋଟିଂ ହୋଇଛି । ସେହିପରି ଓଡିଶାରେ 9.75 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପଶ୍ଚିମବଙ୍ଗରେ 15.24, ଆନ୍ଧ୍ରପ୍ରଦେଶରେ 9.21 ପ୍ରତିଶତ ଭୋଟିଂ ହୋଇଛି । ଅନ୍ୟପଟେ ବିହାରରେ 10.18, ଜମ୍ମୁକାଶ୍ମୀରରେ 5.07 ପ୍ରତିଶତ, ମଧ୍ୟପ୍ରଦେଶରେ 14.97, ମହାରାଷ୍ଟ୍ରରେ 6.45, ତେଲେଙ୍ଗାନାରେ 9.51, ଉତ୍ତରପ୍ରଦେଶରେ 11.67 ପ୍ରତିଶତ ମତଦାନ ହୋଇଛି ।

09:20 May 13

ଭୋଟ ଦେଲେ ଫାରୁକ ଅବଦୁଲ୍ଲା

ଶିମଲା: ଧାରା-370 ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଜମ୍ମୁ କାଶ୍ମୀରରେ ଭୋଟ ହେଉଛି । ପୂର୍ବତନ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଆସି ନିର୍ବାଚନୀ ପର୍ବରେ ସାମିଲ ହେବା ସହିତ ଭୋଟ ଦେଇଛନ୍ତି ।

09:10 May 13

ଇନ୍ଦୋରରେ ଭୋଟ ଦେଲେ ମିଳୁଛି ମାଗଣା ଜଳଖିଆ ସାଙ୍ଗକୁ ଆଇସକ୍ରିମ

ଭୋପାଳ: ମଧ୍ୟପ୍ରଦେଶରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା ଉପାୟ ଦେଖିବାକୁ ମିଳିଛି । ଇନ୍ଦୋରର ପ୍ରସିଦ୍ଧ 56 ଦୋକାନ ରେସ୍ତୋରାଁରେ ମାଗଣା ଜଳଖିଆ ଏବଂ ଆଇସକ୍ରିମ ଦିଆଯାଇଛି । ଭୋଟ ଦେଇ ମାଗଣା ଖାଉଛନ୍ତି ଭୋଟର ।

08:50 May 13

ଭୋଟ ଦେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ: ମଧ୍ୟପ୍ରଦେଶର 8ଟି ଆସନ ପାଇଁ ଭୋଟ ଚାଲିଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର ଏହି ପର୍ବରେ ସାମିଲ ହୋଇଛନ୍ତି । ମୋହନ ଯାଦବ ଉଜୈନର ଏକ ମତଦାନ କେନ୍ଦ୍ରରେ ନିଜର ଭୋଟ୍ ଦେଇଛନ୍ତି ।

08:46 May 13

ମତଦାନ କଲେ ସୁପରଷ୍ଟାର ଚିରଞ୍ଜୀବୀ

ହାଇଦ୍ରାବାଦ: ଭୋଟଦେଲେ ଅଭିନେତା ଚିରଞ୍ଜୀବୀ । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, " ମୁଁ ଲୋକଙ୍କୁ ଭୋଟ ଦେବା ପାଇଁ ରହିଥିବା ଅଧିକାରର ଉପଯୋଗ କରିବା ପାଇଁ ନିବେଦନ କରୁଛି । ଦୟାକରି ଆସନ୍ତୁ ଏବଂ ଭୋଟ ଦିଅନ୍ତୁ ।"

08:06 May 13

ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 96 ଆସନରେ ମତଦାନ ହେଉଛି । ମୁଁ ନିଶ୍ଚିତ ଯେ ଏସବୁ ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିପୁଳ ସଂଖ୍ୟାରେ ମତଦାନ କରିବେ ଏବଂ ଯୁବ ଓ ମହିଳା ମତଦାତାମାନେ ମତଦାନ ହାର ବଢାଇବେ । ଆସନ୍ତୁ ଆମେ ସମସ୍ତେ ଆମର କର୍ତ୍ତବ୍ୟ ନିର୍ବାହ କରିବା ଏବଂ ଆମ ଗଣତନ୍ତ୍ରକୁ ସୁଦୃଢ କରିବା ବୋଲି କହିଛନ୍ତି ମୋଦି । ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

07:58 May 13

ଗୁଣ୍ଟୁରୁରେ ଭୋଟ ଦେଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଗୁଣ୍ଟୁରୁର ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ଆନ୍ଧ୍ରପ୍ରଦେଶରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ମତଦାନ ଚାଲିଛି ।

07:52 May 13

ମତଦାନ କଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ କାଡପା ନିର୍ବାଚନମଣ୍ଡଳୀର ଜୟମାହଲ ଅଙ୍ଗନୱାଡି ମତଦାନ ବୁଥ ନମ୍ବର 138ରେ ଭୋଟ ଦେଇଛନ୍ତି । ଏହି ଆସନରୁ କଂଗ୍ରେସର YS ଶର୍ମିଲା, ଟିଡିପିର ଚଡିପିରଲା ଭୂପେଶ ଶବରାମୀ ରେଡୀ ଏବଂ YSRCP ଓ୍ବାଇଏସ ଅଭିନାଶ ରେଡୀ ପ୍ରତିଦ୍ବନ୍ଦୀତା କରୁଛନ୍ତି ।

07:50 May 13

ଭୋଟ ଦେଲେ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ

ହାଇଦ୍ରାବାଦ: ହାଇଦ୍ରାବାଦର ଜୁବୁଲି ହିଲ୍ସର ଏକ ମତଦାନ କେନ୍ଦ୍ରକୁ ଆସି ଗଣତନ୍ତ୍ରର ମହାନପର୍ବରେ ସାମିଲ ହୋଇଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ତାଙ୍କ ପତ୍ନୀ ଉଷା ନାଇଡୁ । ଦୁହେଁ ଭୋଟ ଦେବା ପରେ ଇଙ୍କ୍ ଦେଖାଇଛନ୍ତି ।

07:36 May 13

ଭୋଟ ଦେଲେ ବିଜେପି ପ୍ରାର୍ଥୀ ମାଧବୀଲତା

ହାଇଦ୍ରାବାଦ: ବିଜେପି ପ୍ରାର୍ଥୀ ମାଧବୀଲତା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ଏଠାରେ ବିଜେପି ପ୍ରାର୍ଥୀ ମାଧବୀଲତା, AIMIM ପ୍ରାର୍ଥୀ ଅସଦୁଦ୍ଦିନ ଓୱେସୀ ଏବଂ ବିଆରଏସ ପ୍ରାର୍ଥୀ ଶ୍ରୀନିବାସ ଯାଦବଙ୍କ ମଧ୍ୟରେ ଫାଇଟ ହେଉଛି ।

07:32 May 13

ଭୋଟ ଦେଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦର ଜୁବଲି ହିଲ୍ସର ଏକ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ।

07:19 May 13

ଭୋଟ ଦେଲେ ଅଭିନେତା ଜୁନିଅର ଏନଟିଆର

ହାଇଦ୍ରାବାଦ: ତେଲେଙ୍ଗାନାର 17ଟି ଆସନରେ ମତଦାନ ହେଉଛି । ଅଭିନେତା ଜୁନିଅର ଏନଟିଆର ହାଇଦ୍ରାବାଦର ଜୁବଲିହିଲ୍ସ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି ।

07:11 May 13

ଭୋଟ ଦେଲେ ଉତ୍ତରପ୍ରଦେଶ ମନ୍ତ୍ରୀ ସୁରେଶ ଖାନ୍ନା

ଲକ୍ଷ୍ନୌ: ଭୋଟ ଦେଲେ ଉତ୍ତରପ୍ରଦେଶ ମନ୍ତ୍ରୀ ସୁରେଶ ଖାନ୍ନା । ଶାହାଜାହାନପୁରର ଏକ ମତଦାନ କେନ୍ଦ୍ରରେ ସେ ଭୋଟ ଦେଇଛନ୍ତି । ଏଠାରେ ଇଣ୍ଡିଆ ମେଣ୍ଟରୁ ଜୋତ୍ସ୍ନା ଗୋଣ୍ଡ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିର ଅରୁଣ କୁମାର ସାଗର ଏବଂ ବିଏସପିର ଡୋଡ ରାମ ବର୍ମାଙ୍କ ମଧ୍ୟରେ ଟକ୍କର ହେବ ।

06:02 May 13

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ

LOK SABHA ELECTION 2024
LOK SABHA ELECTION 2024

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟରେ ମୋଟ 1717ଜଣ ପ୍ରାର୍ଥୀ ରହିଛନ୍ତି । ଆନ୍ଧ୍ରପ୍ରଦେଶରେ ସମସ୍ତ 25ଟି ଆସନ ଏବଂ ତେଲେଙ୍ଗାନାର 17ଟି ଆସନରେ ମତଦାନ ହେଉଛି । ସେହିପରି ଉତ୍ତରପ୍ରଦେଶର 13ଟି, ମହାରାଷ୍ଟ୍ରର 11ଟି, ପଶ୍ଚିମବଙ୍ଗର 8ଟି, ମଧ୍ୟପ୍ରଦେଶର 8ଟି, ବିହାରର 5ଟି ଏବଂ ଝାଡଖଣ୍ଡ ଏବଂ ଓଡିଶାର 4ଟି ଲେଖାଏଁ ଆସନ ଏବଂ ଜମ୍ମୁ କଶ୍ମୀରରର ଗୋଟିଏ ଆସନରେ ମତଦାନ ହେଉଛି । ସକାଳ 7ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5ଟାରେ ଶେଷ ହେବ । ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର ।

Last Updated :May 14, 2024, 9:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.