ବୁଥ ଭିତରେ ଭୋଟରଙ୍କୁ ଚାପୁଡା ମାରିଲେ ବିଧାୟକ, ଗୃହବନ୍ଦୀ ରଖିବାକୁ ECIଙ୍କ ନିର୍ଦ୍ଦେଶ - MLA slaps voter

By ETV Bharat Odisha Team

Published : May 13, 2024, 1:03 PM IST

Updated : May 13, 2024, 3:50 PM IST

thumbnail
ଇଏ କେମିତିକା ବିଧାୟକ ! ବୁଥ ଭିତରେ ଭୋଟରଙ୍କୁ ଚାପୁଡା ମାରିଲେ, ନିଜେ ବି ଖାଇଲେ (ETV Bharat Odisha)

ଅମରାବତୀ: ବୁଥ ଭିତରେ ଭୋଟରଙ୍କୁ ଚାପୁଡା ମାରିଲେ ବିଧାୟକ । ବଦଳରେ ନିଜେ ବି ଭୋଟର ହାତରୁ ଶକ୍ତ ଚାପୁଡା ଖାଇଲେ । ଆଜି ଆନ୍ଧ୍ର ପ୍ରଦେଶରେ ନିର୍ବାଚନ ଚାଲିଥିବା ସମୟରେ ଏମିତି କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ଏକ ମତଦାନ କେନ୍ଦ୍ରରେ ବିଧାୟକ ଓ ଭୋଟରଙ୍କ ମଧ୍ୟରେ ମାରପିଟ୍ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାଟି ହେଉଛି ଗୁଣ୍ଟୁର ଜିଲ୍ଲାର ଏବଂ ବିଧାୟକ ଜଣକ ହେଉଛନ୍ତି ଶାସକ ଦଳ YSRCP ନେତା ଆନ୍ନାବାଥୁନି ଶିବକୁମାର । ତେବେ ବିଧାୟକଙ୍କ ଏପରି ହିଂସାତ୍ମକ କାର୍ଯ୍ୟକଳାପରୁ ଗମ୍ଭୀରତାର ସହ ନେଇଛି ନିର୍ବାଚନ ଆୟୋଗ । ନିର୍ବାଚନ ନସରିବା ପର୍ଯ୍ୟନ୍ତ ତାଙ୍କୁ ଗୃହବନ୍ଦୀ ରଖିବାକୁ ନିର୍ବାଚନ ଆୟୋଗ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଯାହା ସୂଚନା ହସ୍ତଗତ ହୋଇଛି, ବିଧାୟକ ଆଜି ଭୋଟ ଦେବାକୁ ବୁଥରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଭୋଟରମାନେ ଲମ୍ବା ଧାଡିରେ ଭୋଟ ଦେବାପାଇଁ ଅପେକ୍ଷା କରିଥିଲେ । ହେଲେ ବିଧାୟକ ଧାଡିରେ ନଆସି ଆଗେ ବୁଥ ଭିତରେ ପଶିବାକୁ ଚେଷ୍ଟା କରୁଥିଲେ । ଏତିକି ବେଳେ ଜଣେ ଭୋଟର ତାଙ୍କୁ ଅଟକାଇ ଧାଡିରେ ଆସିବାକୁ କହିଥିଲେ । ଏହା ଶୁଣି ବିଧାୟକ ଶିବକୁମାର ଉତ୍ତେଜିତ ହୋଇପଡିବା ସହ ଭୋଟରଙ୍କ ଗାଲରେ ଶକ୍ତ ଚାପୁଡା ଟିଏ ମାରିଥିଲେ । ଏହାପରେ ଭୋଟର ଜଣକ ମଧ୍ୟ ବିଧାୟକଙ୍କ ପାଲଟା ଚାପୁଡା ମାରି ଏହାର ଜବାବ ଦେଇଥିଲେ । ମାତ୍ରବିଧାୟକଙ୍କ ସହ ଥିବା କିଛି ସହଯୋଗୀ ସଂଘବଦ୍ଧ ଭାବେ ଯୁବକଙ୍କୁ ଆକ୍ରମଣ କରିଥିଲେ । ପୋଲିସ ସ୍ଥିତି ନିୟନ୍ତ୍ରଣ କରିଥିଲେ । ପୁରା ଦେଶର ଗଣମାଧ୍ୟମରେ ଏହି ଭିଡିଓ ଏବେ ପ୍ରସାରିତ ହେଉଥିବା ବେଳେ ନିର୍ବାଚନ କମିଶନ ମଧ୍ୟ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । 

Last Updated : May 13, 2024, 3:50 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.