ଭୋଟ ଦେଉଛି ତେଲେଙ୍ଗାନା, ମତ ସାବ୍ୟସ୍ତ କଲେ ସାଉଥ ତାରକା - Celebs Cast Vote For Telangana

By ETV Bharat Odisha Team

Published : May 13, 2024, 1:02 PM IST

thumbnail
ତେଲେଙ୍ଗାନା ଲୋକସଭା ନିର୍ବାଚନ; ମତ ସାବ୍ୟସ୍ତ କରୁଛନ୍ତି ସାଉଥ ତାରକା (ETV Bharat Odisha)

Celebs Cast Vote For Telangana: ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ସମୟରେ ତେଲେଙ୍ଗାନାର ସମସ୍ତ ୧୭ଟି ଆସନ ପାଇଁ ନିର୍ବାଚନ ଜାରି ରହିଥିବା ବେଳେ ଭୋଟ ଦେଉଛନ୍ତି ସାଉଥ ସେଲିବ୍ରିଟି । ପୂର୍ବରୁ ଚିରଞ୍ଜିବ, ଅଲ୍ଲୁ ଅର୍ଜୁନ ଏବଂ ଜୁନିଅର ଏନଟିଆର ଭୋଟ ଦେଇଥିବା ବେଳେ ବର୍ତ୍ତମାନ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଏସ ଏସ ରାଜାମୌଲି, ସଙ୍ଗୀତକାର ତଥା ପଦ୍ମଶ୍ରୀ ଏମ ଏମ କାରବାନୀ ଏବଂ ସାଉଥ ଅଭିନେତା ଶ୍ରୀକାନ୍ତ, ନାଗା ଚୈତନ୍ୟ ସମେତ ସାଉଥର ଅନେକ ସୁପରଷ୍ଟାର ଭୋଟ ଦେଇଛନ୍ତି । ନିର୍ଦ୍ଦେଶକ ଏସ ଏସ ରାଜାମୌଲି, ସଙ୍ଗୀତକାର ତଥା ପଦ୍ମଶ୍ରୀ ଏମ ଏମ କାରବାନୀ ହାଇଦ୍ରାବାଦ ସ୍ଥିତ ଜୁବଲି ହିଲ୍ସର ମତଦାନ କେନ୍ଦ୍ରରେ ସପରିବାର ସହ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏହି ସମୟରେ ରାଜାମୌଲି ଏବଂ ତାଙ୍କ ପୁଅ କାର୍ତ୍ତିକେୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଲୋକଙ୍କୁ ଏହି ଗଣତନ୍ତ୍ର ମହୋତ୍ସବରେ ସାମିଲ ହେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, 'ସମସ୍ତେ ଘରୁ ବାହାରକୁ ଆସନ୍ତୁ ଏବଂ ଭୋଟ ଦିଅନ୍ତୁ ।' ସେହିପରି ଅଭିନେତା ଶ୍ରୀକାନ୍ତ ମଧ୍ୟ ଜୁବଲି ହିଲ୍ସର ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ସେପଟେ ଅଭିନେତା ନାଗା ଚୈତନ୍ୟ ମଧ୍ୟ ଧାଡ଼ିରେ ରହି ମତଦାନ କରିଥିବା ବେଳେ ସେଠାରେ ଉପସ୍ଥିତ ଲୋକଙ୍କ ସହ ସେଲ୍ଫି ମଧ୍ୟ ନେଇଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.