ETV Bharat / bharat

ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଅଲ୍ଲୁ-ଏନଟିଆର-ଚିରଞ୍ଜୀବୀ - TELANGANA LOK SABHA ELECTIONS 2024

author img

By ETV Bharat Odisha Team

Published : May 13, 2024, 10:58 AM IST

Telangana Lok Sabha Elections 2024: ଆଜି ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ସମୟରେ ତେଲେଙ୍ଗାନାର ସମସ୍ତ ୧୭ଟି ଆସନ ପାଇଁ ନିର୍ବାଚନ ଜାରି ରହିଥିବା ବେଳେ ଭୋଟ ଦେଇଛନ୍ତି ସାଉଥ ସୁପରଷ୍ଟାର । ଚିରଞ୍ଜୀବୀ, ଜୁନିଅର ଏନଟିଆର ଏବଂ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦରେ ନିଜର ମତଦାନ କରିଛନ୍ତି । ଅଧିକ ପଢନ୍ତୁ,

ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଅଲ୍ଲୁ- ଏନଟିଆର-ଚିରଞ୍ଜୀବୀ
ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଅଲ୍ଲୁ- ଏନଟିଆର-ଚିରଞ୍ଜୀବୀ (ETV Bharat Odisha)

ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ଅଲ୍ଲୁ- ଏନଟିଆର-ଚିରଞ୍ଜୀବୀ (ETV Bharat Odisha)

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନ ୪ର୍ଥ ପର୍ଯ୍ୟାୟ ପାଇଁ ଜାରି ରହିଛି ମତଦାନ । ଏହି ପର୍ଯ୍ୟାୟରେ ୯୬ ଆସନ ପାଇଁ ମତଦାନ ଜାରି ରହିଥିବା ବେଳେ ୧୭୧୭ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । ସେଥିରୁ ତେଲେଙ୍ଗାନାର ସମସ୍ତ ୧୭ଟି ଆସନରେ ୫୨୫ଜଣ ପ୍ରାର୍ଥୀ ପାଇଁ ନିର୍ବାଚନ ଜାରି ରହିଥିବା ବେଳେ ମତ ସାବ୍ୟସ୍ତ କରିଥିଲେ ଲୋକେ । ଏହି ଅବସରରେ ସାଉଥ ଅଭିନେତା ମାନେ ମଧ୍ୟ ନିଜ ପରିବାର ସହ ଭୋଟ ଦେଇଛନ୍ତି । ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଚିରଞ୍ଜୀବୀ, ଜୁନିଅର ଏନଟିଆର ଏବଂ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦରେ ନିଜର ମତଦାନ କରିଛନ୍ତି ।

ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ସୋମବାର (ମେ ୧୩) ସକାଳେ ଲୋକସଭା ନିର୍ବାଚନରେ ​​ଭାଗ ନେବାକୁ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଭୋଟ ଦେବାକୁ ହାଇଦ୍ରାବାଦର ଜୁବୁଲି ହିଲ୍ସର ଏକ ମତଦାନ ବୁଥରେ ସୁପରଷ୍ଟାର ନିଜ ପରିବାର ସହ ପହଞ୍ଚିଥିଲେ । ମତଦାନ କେନ୍ଦ୍ରରେ ଧାଡ଼ିରେ ଛିଡା ହୋଇ ସେ ମତଦାନ କରିଛନ୍ତି । ଏହି ସମୟରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଭୋଟ ଦେବା ଆମ ସମସ୍ତଙ୍କ ଅଧିକାର । ଏଣୁ ସମସ୍ତ ଏହି ଗଣତନ୍ତ୍ର ମହାନ ପର୍ବରେ ସାମିଲ ହେବାକୁ ସେ ଅପିଲ କରିଛନ୍ତି ।

ସେହିପରି ଜୁବୁଲି ହିଲ୍ସର ମତଦାନ କେନ୍ଦ୍ରରେ ପୁଷ୍ପା ଅଭିନେତା ତତା ସାଉଥ ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମଧ୍ୟ ନିଜର ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପରେ ଅଭିନେତା ଲୋକଙ୍କୁ ଏବଂ ଫ୍ୟାନ୍ସଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ଭୋଟ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅଲ୍ଲୁ କହିଛନ୍ତି, ''ଦୟାକରି ସମସ୍ତେ ଭୋଟ ଦିଅନ୍ତୁ । ଏହା ହେଉଛି ଦେଶର ସମସ୍ତ ନାଗରିକଙ୍କ ଦାୟିତ୍ୱ ଅଧିକାର । ଆଗାମୀ ୫ ବର୍ଷ ପାଇଁ ଆଜି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ଏଣୁ ସମସ୍ତେ ନିଜର ମତ ସାବ୍ୟସ୍ତ କରନ୍ତୁ ।'' ଏହି ସମୟରେ ସେ ରାଜନୀତି ସମ୍ପର୍କରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, 'ମୁଁ କୌଣସି ଦଳ ସହ ରାଜନୈତିକ ଭାବେ ଜଡିତ ନୁହେଁ । ମୁଁ ସବୁ ଦଳ ପ୍ରତି ନିରପେକ୍ଷ ।'

ଅନ୍ୟପଟେ ସ୍ତ୍ରୀଙ୍କ ସହ ସାଉଥ ମେଗାଷ୍ଟାର ତଥା ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ ଚିରଞ୍ଜୀବୀ ମଧ୍ୟ ହାଇଦ୍ରାବାଦର ଜୁବୁଲି ହିଲ୍ସରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏହି ସମୟରେ ଅଭିନେତା ଧାଡ଼ିରେ ଲୋକଙ୍କ ସହ ଛିଡା଼ ହୋଇ ଭୋଟ ଦେଇଛନ୍ତି । ତେବେ ମତଦାନ ବୁଥରୁ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର, ଚିରଞ୍ଜୀବୀ ଏବଂ ଅଲ୍ଲୁ ଅର୍ଜୁନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ସେପଟେ ଆନ୍ଧ୍ରପ୍ରଦେଶ ନିର୍ବାଚନ ୨୦୨୪ ପାଇଁ ଜେଏସପି ସଭାପତି ପୱନ କଲ୍ୟାଣ ଏବଂ ପିଥାପୁରମ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମଙ୍ଗଳାଗିରିରେ ନିଜର ମତସାବ୍ୟସ୍ତ କରିଛନ୍ତି । ସେହିପରି ଓସ୍କାର ବିଜେତା ସଂଗୀତ ରଚନା ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଏମ.ଏମ କାରବାନୀ ଜୁବୁଲି ହିଲ୍ସରେ ମତଦାନ ବୁଥରେ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 4ର୍ଥ ପର୍ଯ୍ୟାୟରେ 96 ଆସନରେ ଭୋଟିଂ, ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.