ETV Bharat / politics

4ର୍ଥ ପର୍ଯ୍ୟାୟରେ 96 ଆସନରେ ଭୋଟିଂ, ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ - fourth phase voting

author img

By ETV Bharat Odisha Team

Published : May 13, 2024, 8:12 AM IST

LOK SABHA ELECTION 2024: 4ର୍ଥ ପର୍ଯ୍ୟାୟରେ 96 ଆସନରେ ଜାରି ରହିଛି ମତଦାନ । ଗ୍ରାଉଣ୍ଡରେ ରହିଛନ୍ତି ବହୁ ହେଭିଓ୍ବେଟ । ଜାଣନ୍ତୁ କିଏ ରହିଛନ୍ତି ଚର୍ଚ୍ଚିତ ପ୍ରାର୍ଥୀ । ଅଧିକ ପଢନ୍ତୁ

4ର୍ଥ ପର୍ଯ୍ୟାୟ ଭୋଟିଂ, ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ
4ର୍ଥ ପର୍ଯ୍ୟାୟ ଭୋଟିଂ, ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ (PIC-ETV Bharat Odisha)

ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ
ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ (PIC-ETV Bharat Odisha)
ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ
ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ (PIC-ETV Bharat Odisha)

ହାଇଦ୍ରାବାଦ: ଆଜି ଦେଶରେ ସାଧାରଣ ନିର୍ବାଚନର 4ର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ମୋଟ 96 ସଂସଦୀୟ କ୍ଷେତ୍ର ଓ ଦୁଇ ରାଜ୍ୟ ଓଡିଶା ଓ ଆନ୍ଧ୍ରର 203 ବିଧାନସଭା ଆସନରେ ମତଦାନ ହେଉଛି । ସକାଳୁ ବିଭିନ୍ନ ସ୍ଥାନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ଚଳିତ ପର୍ଯ୍ୟାୟରେ ବହୁ ବିବାଦୀୟ, ଚର୍ଚ୍ଚିତ ଓ ଭେଟେରାନ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ଏଥିରେ ଦକ୍ଷିଣ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ସମସ୍ତ ସଂସଦୀୟ ଆସନରେ ଭୋଟିଂ ଶେଷ ହେବ । ପଶ୍ଚିମବଙ୍ଗର ବିବାଦୀୟ ନେତ୍ରୀ ମହୁଆ ମୋଇତ୍ରା, ରାଜ୍ୟ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ, ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ, ସପା ମୁଖ୍ୟ ଅଖିଳେଶ ଯାଦବ, ଓ୍ବାଏସ ଶର୍ମିଲା ପ୍ରମୁଖ ମୈଦାନରେ ରହିଛି ।

ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ
ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ (PIC-ETV Bharat Odisha)

ଅଖିଳେଶ ଯାଦବ:-

ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଚଳିତ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ସେ ଏଥର କନୌଜ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ପୂର୍ବରୁ ଏହି ଆସନରେ ତାଙ୍କ ପୁତୁରା ତେଜ ପ୍ରତାପ ଯାଦବଙ୍କୁ ଟିକେଟ ମିଳିଥିଲା । ପରେ ତାଙ୍କୁ ପରିବର୍ତ୍ତନ କରି ଅଖିଳେଶ ନିଜେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ତାଙ୍କ ପତ୍ନୀ ଡିମ୍ପଲ ଯାଦବ ମଧ୍ୟ ଏଥର ଲୋକସଭା ନିର୍ବାଚନ ଲଢୁଛନ୍ତି ।

ଅସଦୁଦ୍ଦିନ ଓଓ୍ବେସୀ:-

ହାଇଦ୍ରାବାଦ ସାଂସଦ ତଥା AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ମଧ୍ୟ ଏହି ପର୍ଯ୍ୟାୟରେ ରହିଛନ୍ତି । ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଭାରତୀୟ ଜନତା ପାର୍ଟିରୁ ମାଧବିଲତା ରହିଛନ୍ତି । 1984ରୁ ଏହି ଆସନରେ ଓଓ୍ବେସୀ ପରିବାର ଦଖଲରେ ଥିବା ବେଳେ 2004 ରୁ ଏହି ଆସନରେ କ୍ରମାଗତ ଜିତି ଆସୁଛନ୍ତି ଅସଦୁଦ୍ଦିନ ।

ଅଧୀର ରଞ୍ଜନ ଚୌଧିରୀ:-

କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାରେ ଦଳର ଫ୍ଲୋରଲିଡର ଥିବା ଅଧୀର ରଞ୍ଜନ ଚୌଧୁରୀ ଏହି ପର୍ଯ୍ୟାୟରେ ନିର୍ବାଚନୀ ଗ୍ରାଉଣ୍ଡରେ ରହିଛନ୍ତି । ସେ ବରହମପୁର ଆସନରୁ ନିର୍ବାଚନ ଲଢୁଛନ୍ତି । ତାଙ୍କ ପ୍ରତିଦ୍ବନ୍ଦ୍ବିତା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ୟୁସୁଫ ପଠାନଙ୍କ ସହ ହେଉଛି ।

ମହୁଆ ମୋଇତ୍ରା:-

ମମତା କ୍ୟାମ୍ପର ପୂର୍ବତନ ସାଂସଦ ମହୁଆ ମୋଇତ୍ରା ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଭାବେ ରହିଛନ୍ତି । ସେ କ୍ୟାସ ଫର କ୍ବାରୀ ମାମଲାରେ ଏଥିକ୍ସ କମିଟି ଦ୍ବାରା କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ । ସାଂସଦ ପଦ ମଧ୍ୟ ରଦ୍ଦ ହୋଇଥିଲା । ପୁନର୍ବାର ତାଙ୍କୁ ଦଳ ଟିକେଟ ଦେବା ସହ ମଧ୍ୟ ଗ୍ରାଉଣ୍ଡରେ ରହିଛନ୍ତି ।

ଓ୍ବାଇ ଏସ.ଶର୍ମିଲା:-

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଭଉଣୀ ତଥା ଆନ୍ଧ୍ର କଂଗ୍ରେସ ମୁଖ୍ୟ ଓ୍ବାଇ.ଏସ ଶର୍ମିଲା ମଧ୍ୟ ଏହି ପର୍ଯ୍ୟାୟରେ ରହିଛନ୍ତି । ସେ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ପିସିସି ସଭାପତି ଦାୟିତ୍ବ ଦେଇଥିଲା । ଏହା ପରେ ସେ ତାଙ୍କୁ ନିଜ ବାପା ଓ୍ବାଇଏସ ରାଜଶେଖର ରେଡ୍ଡୀଙ୍କ ପାରମ୍ପରିକ ଆସନ କଡପ୍ପାରୁ କଂଗ୍ରେସ ସାଂସଦ ପ୍ରାର୍ଥୀ କରିଛି ।

ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ
ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ (PIC-ETV Bharat Odisha)
ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ
ଭାଗ୍ୟ ପରୀକ୍ଷା ଦେଉଛନ୍ତି ବହୁ ଚର୍ଚ୍ଚିତ, ବିବାଦୀୟ ଓ ହେଭିଓ୍ବେଟ (PIC-ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.