ପାରମ୍ପରିକ ଲୋକନୃତ୍ୟରେ ବୌଦ୍ଧରେ ଲକ୍ଷ୍ମୀ ନାରାୟଣ ଉତ୍ସବ ସମାପନ

By ETV Bharat Odisha Team

Published : Dec 24, 2023, 6:49 AM IST

thumbnail

ବୌଦ୍ଧ: ଜିଲ୍ଲାରେ ମାର୍ଗଶୀର ମାସର ମାଣବସା ଗୁରୁବାରରେ ମା' ମହାଲକ୍ଷ୍ମୀଙ୍କ ପୂଜନ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ବିଶେଷ ଭାବରେ ଆଦିବାସୀ ଲୋକମାନେ ମହାଲକ୍ଷ୍ମୀଙ୍କ ପୂଜନକୁ ଡାଲଖାଇ ଉତ୍ସବ ଭାବରେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି । ବୌଦ୍ଧର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମା' ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା ସହିତ ଡାଲଖାଇ ଉତ୍ସବ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ପାଳନ ହୋଇଛି । ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ତଥା ବ୍ଲକର ବିଭିନ୍ନ ସ୍ଥାନରେ ଆଦିବାସୀ ଅଧିବାସୀମାନେ ମା' ମହାଲକ୍ଷ୍ମୀଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହିତ ପାରମ୍ପରିକ ଡାଲଖାଇ ନୃତ୍ୟ ସଙ୍ଗୀତ ସହିତ ବସ୍ତି ପରିକ୍ରମା କରିଥିଲେ । 

ଏହା ମଧ୍ୟ ପଢନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

ଏହି ଅବସରରେ ଆଦିବାସୀ ଯୁବକମାନେ ପାରମ୍ପରିକ ଶୈଳୀରେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ପୌରାଣିକ କଥା ବସ୍ତୁ ଅନୁସାରେ ମା' ମହାଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀର କୁଡ଼ିଆରେ ତା'ର ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇଥିଲେ । ତେଣୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀମାନେ ମାଣବସା ଗୁରୁବାରରେ ମା' ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହିତ ଶେଷ ଗୁରୁବାର ଦିନ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ସେହିଭଳି ସହରର ବାପୁଜୀ ନଗରସ୍ଥିତ ଆଦିବାସୀ ବସ୍ତିରେ ଲକ୍ଷ୍ମୀ ନାରାୟଣଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା ସହିତ ୪ ଦିନ ଧରି ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ କଳାକାରମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.