ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

author img

By ETV Bharat Odisha Team

Published : Dec 21, 2023, 8:34 PM IST

SJTA and servitors invite lord jagannath: ଆସନ୍ତା ଜାନୁଆରୀ ୧୭ ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ ଉତ୍ସବକୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁଙ୍କୁ କରାଯିବ ନିମନ୍ତ୍ରଣ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଆସନ୍ତା ଜାନୁଆରୀ ୧୭ ରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୁରୀକୁ ସାରା ବିଶ୍ବରେ ଏକ ପ୍ରମୁଖ ଐତିହ୍ୟ ନଗରୀ ଭାବେ ପରିଚୟ ଦେବାକୁ ହୋଇଛି ପ୍ରୟାସ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭଳି ଏକ ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁଙ୍କୁ ନିମନ୍ତ୍ରଣ କରାଯିବ । ତେବେ ପରମ୍ପରା ଅନୁସାରେ ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ପତ୍ର ଅର୍ପଣ କରାଯାଇଛି ।

ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବାର ପରମ୍ପରା ଥିବାରୁ ଏନେଇ ଏହି କାର୍ଯ୍ୟ ଆଜି ଶ୍ରୀମନ୍ଦିରରେ ସମ୍ପନ୍ନ କରାଯାଇଛି । ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବା ପରେ ପ୍ରଭୁ ନୃସିଂହ, ମା ବିମଳା, ମଙ୍ଗଳାଙ୍କ ସହ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚପାଣ୍ଡବ ଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଖୁବଶୀଘ୍ର ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି ଭାରତର ବିଭିନ୍ନ ସ୍ଥାନକୁ ଯାଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁ ମାନଙ୍କୁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି ବରିଷ୍ଠ ସେବାୟତ । ତେବେ ଆସନ୍ତା ଡିସେମ୍ବର ୨୪ ତାରିଖରେ ଏକ ସେବାୟତ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ପାଇଁ ଭୁବନେଶ୍ବର ଯିବେ । ମୁଖ୍ୟମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯିବା ପରେ ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀ ମାନେ ଭାରତର ବିଶିଷ୍ଟ ବ୍ୟକ୍ତି ଏବଂ ଧର୍ମପୀଠଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗଦାନ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିବେ ।

ଏହା ମଧ୍ୟ ପଢନ୍ତୁ ... ଜାନୁଆରୀ ୧୭ରେ ଲୋକାର୍ପଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜୋରସୋରରେ ଚାଲିଛି ପ୍ରସ୍ତୁତି

ଅତିଥି ମାନେ କିଭଳି ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ଏନେଇ ସମସ୍ତ ବ୍ୟବସ୍ଥା କରାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ତେବେ ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏକ ବିରାଟ ପଟୁଆର କାର୍ଯ୍ୟାଳୟ ଠାରୁ ବାହାରିଥିଲା । ସମସ୍ତ ସେବାୟତ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଶୁଭ ବେଳାରେ ନିମନ୍ତ୍ରଣ କରିଥିଲେ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ ଏବଂ ଆଡ଼ମ୍ବରପୂର୍ଣ୍ଣ କରିବା ପାଇଁ ଉଭୟ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉତ୍ସାହିତ ହୋଇପଡିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.