Chandrayaan on Moon: ଆମେରିକାରେ ଉତ୍ସବ ମନାଇଲେ ପ୍ରବାସୀ ଭାରତୀୟ

By ETV Bharat Odisha Team

Published : Aug 24, 2023, 12:40 PM IST

thumbnail

ଓ୍ବାସିଂଟନ ଡିସି: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ 3 ସଫ୍ଟ ଲ୍ୟାଣ୍ଡିଂ ପରେ ଦେଶକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଏହି ସଫଳତାକୁ ନେଇ ବେଶ ଗର୍ବ ଅନୁଭବ କରୁଛନ୍ତି ପ୍ରତ୍ୟେକ ଭାରତୀୟ । ପରସ୍ପର ମଧ୍ୟରେ ଖୁସୀ ମନାଉଛନ୍ତି। ଆମେରିକାରେ ଥିବା ପ୍ରବାସୀ ଭାରତୀୟ ମାନେ ମଧ୍ୟ ତ୍ରିରଙ୍ଗା ଉଡାଇ ଉତ୍ସବ ମନାଉଛନ୍ତି । ନ୍ୟୁୟର୍କର ଟାଇମ ସ୍କୋୟାରରେ ପ୍ରବାସୀ ଭାରତୀୟ ମାନେ ଏକାଠି ହୋଇ ଇସ୍ରୋର ସଫଳତା ବିଷୟରେ ବଖାଣିବା ସହ ବାଜା ବଜାଇ ନାଚିଛନ୍ତି ମଧ୍ୟ । ଚନ୍ଦ୍ରଯାନ 3 ଚନ୍ଦ୍ରରେ ଅବତରଣ କରିବା କେବଳ ଭାରତ ପାଇଁ ଗର୍ବର ବିଷୟ ନୁହଁ ବରଂ ପୁରା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ପ୍ରବାସୀ ଭାରତୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏହି ସଫଳତା ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ 50 ଦିନର ମହାକାଶ ଯାତ୍ରା ଶେଷ କରି ବୁଧବାର ସଂଧ୍ୟା 6 ଟା 4 ମିନିଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.