ETV Bharat / international

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ଆମେରିକା ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

author img

By ETV Bharat Odisha Team

Published : Aug 24, 2023, 9:28 AM IST

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ଅଭିନନ୍ଦନ ଜଣାଇଲେ ଆମେରିକା ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ଆମେରିକା ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଚନ୍ଦ୍ରଯାନ-୩ର ସଫଳତା ପାଇଁ ଭାରତକୁ ଆମେରିକା ଉପରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ୱାଶିଂଟନ: ମହାକାଶରେ ଇତିହାସ ରଚିଛି ଭାରତ । ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋ ଓ ଭାରତକୁ ଏବେ ସାରା ବିଶ୍ବରୁ ଅଭିନନ୍ଦନର ସୁଅ ଛୁଟୁଛି । ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ଭାରତର ଏହି ସଫଳତାକୁ ଅବିଶ୍ବସନୀୟ ଉପଲବ୍ଧି ଭାବେ ବର୍ଣ୍ଣନା କରିବା ସହ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବର ଟ୍ବିଟର)ରେ ଲେଖିଛନ୍ତି, ''ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଐତିହାସିକ ଅବତରଣ ପାଇଁ ଭାରତକୁ ଅଭିନନ୍ଦନ । ଏହି ମିଶନ ସହ ଜଡିତ ଥିବା ସମସ୍ତ ବୈଜ୍ଞାନିକ, ଇଞ୍ଜିନିୟରଙ୍କ ପାଇଁ ଏହା ବଡ ଉପଲବ୍ଧି । ଏହି ଚନ୍ଦ୍ର ମିଶନ ଓ ମହାକାଶ ଗବେଷଣାରେ ବ୍ୟାପକ ରୂପେ ଭାରତ ସହ ଅଂଶୀଦାର ହୋଇ ଆମେ ଗର୍ବିତ ।''

  • Congratulations to India for the historic landing of Chandrayaan-3 on the southern polar region of the moon. It’s an incredible feat for all the scientists and engineers involved. We are proud to partner with you on this mission and space exploration more broadly.

    — Vice President Kamala Harris (@VP) August 23, 2023 " class="align-text-top noRightClick twitterSection" data=" ">

ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ୟୁଏଇ ଓ ବ୍ରିଟେନ ମହାକାଶ ସଂସ୍ଥା ଭଳି ବିଶ୍ବର ବଡ ବଡ ସ୍ପେସ ଏଜେନ୍ସି ଇସ୍ରୋକୁ ଶୁଭେଚ୍ଛା ଜଣାଇଛି । ନାସାର ଆଡମିନିଷ୍ଟ୍ରେଟର ବିଲ୍ ନେଲସନ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ସେ Xରେ ପୋଷ୍ଟ କରିଛନ୍ତି, ବିଶ୍ବର ଚତୁର୍ଥ ଦେଶ ଭାବେ ଭାରତ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଛି । ଏହି ମିଶନରେ ଆପଣଙ୍କ ପାର୍ଟନର ହୋଇ ଆମେ ଅତ୍ୟନ୍ତ ଖୁସି । ଋଷିଆ ରାଷ୍ଟ୍ରପତି ପୁଟିନ ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିଶ୍ବ ଦେଖିଲା ଭାରତର ଦମ୍, ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ସ୍ପେସ୍ ଏଜେନ୍ସି

ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସାରା ଦେଶ ଖୁସିରେ ଝୁମି ଉଠିଥିଲା । ଦେଶର କୋଣ ଅନୁକୋଣରୁ ଇସ୍ରୋକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଭାରତ ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରରେ ଅବତରଣ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ । ଏହି ଐତିହାସିକ ସଫଳତାକୁ ରାଷ୍ଟ୍ରପତି ମୁର୍ମୁ ଅବିସ୍ମରଣୀୟ ମୁହୂର୍ତ୍ତ କହିଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂଆ ଇତିହାସ ସୃଷ୍ଟି ହୋଇଛି । ଏହା ନୂତନ ଭାରତର ସୂର୍ଯ୍ୟୋଦୟ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Chandrayaan-3 successful landing: ଶୁଭେଚ୍ଛା ପାଇଁ ବିଶ୍ବନେତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.