ଦୁଇ ଭାଇଙ୍କ କୋଇଲା ବ୍ୟବସାୟ ପ୍ରତିଷ୍ଠାନ ଉପରେ GST ରେଡ୍

By

Published : Apr 29, 2023, 8:59 PM IST

thumbnail

ଅନୁଗୋଳ: ଜିଲ୍ଲାର ତାଳଚେର ଅଞ୍ଚଳର ଦୁଇ ଭଇଙ୍କ ଘରେ ହୋଇଛି ବଡ଼ ଧରଣର ଜିଏସଟି ଚଢାଉ । ତାଳଚେର ସହରର ଦୁଇ କୋଇଲା ବ୍ୟବସାୟୀ ଭାଇଙ୍କ ଘରେ ହୋଇଛି ଏହି ଜିଏସଟି ଚଢ଼ାଉ । ଦୁଇ କୋଇଲା ବ୍ୟବସାୟୀ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ଘର ଓ ଅଫିସରେ ଜିଏସଟି ଟିମ ପହଞ୍ଚି ଚଢ଼ାଉ କରିଛି । CT & GST ପକ୍ଷରୁ ୨୫ ଜଣିଆ ଟିମ ଆଜି ସକାଳ ପ୍ରାୟ ୧୧ଟା ବେଳକୁ ଏହି ଚଢ଼ାଉ କରିଥିଲେ ।

ତେବେ ମହେନ୍ଦ୍ର ବେହେରା ନାମକ ବ୍ୟବସାୟୀଙ୍କ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ତାଙ୍କ ଭାଇ ରାଜେନ୍ଦ୍ର ବେହେରାଙ୍କ ହିଙ୍ଗୁଳା ଟ୍ରେଡର୍ସରେ ଏହି ଚଢ଼ାଉ ହୋଇଥିବା ବେଳେ ବିଭିନ୍ନ କାଗଜପତ୍ର ଓ କମ୍ପ୍ୟୁଟର ଡକ୍ୟୁମେଣ୍ଟ୍ସ ଜାଞ୍ଚ କରାଯାଇଛି । ଏହି ଦୁଇ ଅନୁଷ୍ଠାନ ପ୍ରାୟ ୬୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର GST ଠକେଇ କରିଥିବା ଅନୁମାନ କରାଯାଉଛି । ଏଥିପାଇଁ ଉଭୟ ସଂସ୍ଥାର ବିଭିନ୍ନ କାଗଜପତ୍ର ଜବତ କରାଯାଇଛି । ସମ୍ପୂର୍ଣ୍ଣ ଜାଞ୍ଚ ପରେ କେତେ ଠକେଇ ହୋଇଛି, ତାହା ସ୍ପଷ୍ଟ ହୋଇ ପାରିବ । ଖାଲି ତାଳଚେର ନୁହେଁ, ଦୁଇ ଭାଇଙ୍କ ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଏହି ରେଡ୍ ହୋଇଛି । ତେବେ ତାଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା ଜିଏସଟି ତଥ୍ୟରେ ତାଳମେଳ ନଥିବାରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି ଅଧିକାରୀ ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.