ବ୍ରହ୍ମପୁରରେ ବୁଢ଼ୀ ଠାକୁରାଣୀ ଯାତ୍ରା: ଭକ୍ତଙ୍କ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀ 24 ଘଣ୍ଟା ଆଲର୍ଟ

By

Published : Apr 19, 2023, 9:27 PM IST

thumbnail

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା ଜାରି ରହିଛି ।  ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମା’ଙ୍କ ଏହି ଦ୍ୱି-ବାର୍ଷିକ ଯାତ୍ରାରେ ପାରମ୍ପରିକ ରୀତିନୀତି ସହ ମହାଆଡମ୍ୱରରେ ଆୟୋଜନ କରାଯାଉଛି । ତେବେ ହଜାରହଜାର ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ୨୪ ଘଣ୍ଟିଆ ସତର୍କ ଦୃଷ୍ଟିରେ ରଖି ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି ଅଗ୍ନିଶମ ବାହିନୀ । ଅସ୍ଥାୟୀ ମନ୍ଦିର ସମୁଖରେ ରହି ମାଁ'ଙ୍କୁ ଦୀପଦାନ କରିବା ପରେ ମନ୍ଦିରକୁ ଯାଇ ଦର୍ଶନ କରିଥାଆନ୍ତି ଭକ୍ତ । ମାତ୍ର ଦୀପରେ ଯେପରି କୌଣସି ପ୍ରକାର ଅଭାବନୀୟ ଘଟଣା ନଘଟିବ ଏଥିପାଇଁ ଅଗ୍ନିଶମ ସଜାଗ ରହିଛି । ଏହାସହ ଯେପରି କୌଣସି ସ୍ଥାନରେ ବିଦ୍ୟୁତ୍ ସର୍ଟସର୍କିଟ ନଘଟିବ ତାହାକୁ ନେଇ ଅଧିକ ଦୃଷ୍ଟିରେ ରଖାଯାଇଥାଏ । ଯାତ୍ରାକୁ ଅଧିକ ସୁରକ୍ଷିତ ଏବଂ ନିରାପଦ ଭାବରେ ପରିଚାଳନା କରିବା କ୍ଷେତ୍ରରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ପ୍ରମୁଖ ଭୂମିକା ରହିଛି ।  

ଇଟିଭି ଭାରତ ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.