ଦିଗପହଣ୍ଡିକୁ ସଂପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବିରେ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

By ETV Bharat Odisha Team

Published : Nov 10, 2023, 10:03 PM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳକୁ ସଂପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବିରେ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ କମ୍ ବୃଷ୍ଟିପାତ ହେବା ଏବଂ ଲଗାତର ବର୍ଷାର ଅଭାବ ଯୋଗୁଁ ଜଳାଶ୍ରୟ ଗୁଡିକରେ ଜଳର ପରିମାଣ କମ ରହିଥିବା ଯୋଗୁଁ ଖରିଫ ଚାଷରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି । ଗତ ଖରିଫ ରତୁର ଶେଷ ବର୍ଷାରେ ଚାଷ କରିଥିବା ଚାଷୀ ମାନେ ଏବେ ଚିନ୍ତାରେ ରହିଛନ୍ତି । ବର୍ଷା ଅଭାବରୁ ଧାନ ଚାଷ ଜମି ଫାଟି ଆଁ କରି ରହିଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ବହୁ ଅଞ୍ଚଳରେ ଏକପ୍ରକାର ମରୁଡି ପରିସ୍ଥିତି ଦେଖିବାକୁ ମିଳିଲାଣି । ଧାନ ଫସଲର ଏଭଳି ଅବସ୍ଥା ଦେଖି ଚିନ୍ତାରେ ଚାଷୀକୂଳ । 

ଏହାମଧ୍ୟ ପଢନ୍ତୁ..ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି

ଏଭଳି ପରିସ୍ଥିତିରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଚାଷୀ ସେମାନଙ୍କ ଚାଷ ଜମିର ଧାନ ଗଛକୁ ନେଇ ଭାରତୀୟ ଜନତା ପାର୍ଟି ଡାକରାରେ ଦିଗପହଣ୍ଡି ବ୍ଲକ ଘେରାଉ କରିବା ସହିତ ବ୍ଲକ ସମ୍ମୁଖରେ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଗପହଣ୍ଡି ଅଞ୍ଚଳର ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଚାଷୀ ମାନେ ଏକ ଶୋଭାଯାତ୍ରାରେ ବ୍ଲକ ଘେରିବା ସହିତ ରାଜ୍ୟ ସରକାର ଦିଗପହଣ୍ଡି ଅଞ୍ଚଳକୁ ସଂପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବି କରିଥିଲେ । ଏ ନେଇ ଏକ ଦାବି ପତ୍ର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ଯମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି ।



ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.