ETV Bharat / state

ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି

author img

By ETV Bharat Odisha Team

Published : Nov 9, 2023, 5:42 PM IST

ବଲାଙ୍ଗୀରରେ ଗର୍ଜିଲେ ଚିଟଫଣ୍ଡ ଜମାକାରୀ । ଜମକାରୀଙ୍କୁ ଚିହ୍ନଟ ସହ ଟଙ୍କା ଫେରସ୍ତ ଦାବି କଲା ମିଳିତ ମଞ୍ଚ । ନଚେତ୍ ଆଗାମୀ ନିର୍ବାଚନରେ ସରକାକଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେତାବନୀ । ଆଧିକ ପଢନ୍ତୁ

ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି
ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି

ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ, ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦାବି

ବଲାଙ୍ଗୀର: ବଲାଙ୍ଗୀରରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଚିଟଫଣ୍ଡ ଜମାକାରୀ । 9 ଦଫା ଦାବି ପୂରଣ ଓ ଶୀଘ୍ର ଟଙ୍କା ଫେରସ୍ତ ଦାବିକଲା ମିଳିତ ମଞ୍ଚ । ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନର ଚେତାବନୀ । ଓଡ଼ିଶା ଅର୍ଥକାରୀ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଓଡିଶା ନେତୃତ୍ୱରେ ଆଜି ବଲାଙ୍ଗୀର ସହରରେ ଏକ ବିରାଟ ସମାବେଶ କରାଯାଇଛି । ଟଙ୍କା ଫେରସ୍ତ ଦାବିରେ ଆଜି ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚିଟଫଣ୍ଡ ଜମାକାରୀ ।

ଆଜି ଜିଲ୍ଲାର ଶହଶହ ଜମାକାରୀ ସ୍ଥାନୀୟ କୋଶଳ କଲମଣ୍ଡଳରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସହରର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଆନ୍ଦୋଳନକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଙ୍କୁ ୯ ଦଫା ଦାବି ପତ୍ର ପ୍ରଦାନ କରିବା ସହ ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ମିଳିତ ମଞ୍ଚର ବଲାଙ୍ଗୀର ସଭାପତି ତଥା ଆବାହକ ବିଭୁଦତ୍ତ ମିଶ୍ର କହିଛନ୍ତି ,"ଆମେ ଦୀର୍ଘ ବର୍ଷ ହେବ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଜମା ଟଙ୍କା ଫେରାଇ ଆଣିବା ପାଇଁ ସରକାରଙ୍କ ଠାରେ ଆବେଦନ କରି ଆସୁଛନ୍ତି । ହେଲେ ସରକାର ଏହାକୁ କର୍ଣ୍ଣ ପାତ କରୁନଥିବା ବେଳେ ଆଜି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛୁ । ତେବେ ତହସିଲ ସ୍ଥରରୁ ଜମାକାରୀଙ୍କ ଚିହ୍ନଟ ସହ ତାଙ୍କ କଷ୍ଟ ଉପାର୍ଜିତ ଟଙ୍କା ଫେରାଇବା ପାଇଁ ଦାବି କରୁଛି । ଯେଉଁଥିରେ ଓଡ଼ିଶାର 40 ଲକ୍ଷରୁ ଊର୍ଦ୍ଧ୍ୱ ଜମାକାରୀ ଥିବାବେଳେ ପଶ୍ଚିମ ଓଡ଼ିଶାରୁ 22 ଲକ୍ଷରୁ ଊର୍ଦ୍ଧ୍ୱ ଜମାକାରୀ ରହିଛନ୍ତି । ସରକାର ଏଥର ପଦକ୍ଷେପ ନନେଲେ ଆଗାମୀ ନିର୍ବାଚନରେ ସରକାରଙ୍କୁ ଦୃଢ ଜବାବ ଦିଆଯିବ ଏବଂ ଦରକାର ପଡ଼ିଲେ ସରକାରଙ୍କୁ ଗାଦିଚ୍ୟୁତ ମଧ୍ୟ କରିବୁ ।"
ଏହା ମଧ୍ୟ ପଢନ୍ତୁ....ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲା ଆଦିବାସୀ ସଂଘ

ସରକାର ଆଜି ଯାଏଁ ଚିଟଫଣ୍ଡ ଜମାକାରୀଙ୍କ ଦାବି ଶୁଣୁ ନଥିବା ଅଭିଯୋଗ କରିଛି ସଂଘ । ସରକାର ସବୁ କ୍ଷତିଗ୍ରସ୍ତ ଜମକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରିବା ପାଇଁ ଦାବି କରିଛନ୍ତି ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ । ନହେଲେ ଆଜିର ଆନ୍ଦୋଳନ କେବଳ ଟ୍ରେଲର ହୋଇଥିବା ବେଳେ ଆଗକୁ ପୁରା ସିନେମା ବାକି ରହିଛି ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ନିର୍ବାଚନ ପୂର୍ବରୁ ଯଦି ସେମାନଙ୍କ ଟଙ୍କା ଫେରସ୍ତ କରାନଯାଏ । ତାହାଲେ ଆଗାମୀ ନିର୍ବାଚନରେ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.