ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

By ETV Bharat Odisha Team

Published : Oct 7, 2023, 8:41 PM IST

thumbnail

ଭବାନୀପାଟଣା: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ନାଁ ଦୁର୍ଘଟଣା ତଦନ୍ତ ଦାବିରେ ରାଜ୍ୟ ରାଜପଥ ଅବରୋଧ । ତେବେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାନ୍ଧୀଗ୍ରାମ ପଡାର ୨୮ ବର୍ଷୀୟ ଗୋବିନ୍ଦବଲ୍ଳଭ ନାଏକଙ୍କ ମୃତ୍ୟୁକୁ ନେଇ ଗୋବିନ୍ଦଙ୍କ ପରିବାର ଓ ଗ୍ରାମବାସୀ ଜୟପାଟଣା-ଭବାନୀପାଟଣା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଫଳରେ ରାଜପଥରେ ଯାତାୟାତ ଠପ ରହିଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଗୋବିନ୍ଦବଲ୍ଲଭ ଜୟପାଟଣା ଗ୍ରାମର ଶୁଭମ ଅଗ୍ରୱାଲଙ୍କ ସହ ବଜାର କରିବା ପାଇଁ ଭବାନୀପାଟଣା ଯାଇଥିଲେ । କିନ୍ତୁ ରାତିର ମହିଚଲାରେ ଦୁର୍ଘଟଣା ହୋଇ ଭବାନୀପାଟଣା ହସ୍ପିଟାଲରେ ଗୋବିନ୍ଦବଲ୍ଲଭ ଭର୍ତ୍ତି କରାଯାଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ଶୁଭମ ଗୋବିନ୍ଦବଲ୍ଲଭଙ୍କ ମାଆଙ୍କୁ ଫୋନ ଯୋଗେ କହିଥିଲେ । କିନ୍ତୁ ସକାଳେ ଗୋବିନ୍ଦବଲ୍ଲଭଙ୍କ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଶୁଣିବାକୁ ପାଇଥିଲେ। 

ତେବେ ଗୋବିନ୍ଦବଲ୍ଲଭଙ୍କୁ ଡାକି ନେଇ ଶୁଭମ ଅଗ୍ରୱାଲ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅନ୍ୟପକ୍ଷରେ ମହିଚଲା ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ କିଛି ଲୋକେ ଗୋବିନ୍ଦବଲ୍ଲଭଙ୍କୁ ନିସ୍ତୁକ ମାଡ଼ ମାରିଥିବା ବେଳେ ସେ ଅଚେତ ହେବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଓ ତା ପରେ ଭବାନୀପାଟଣା ହସ୍ପିଟାଲକୁ ନେଇଥିବା ଜଣାପଡିଛି । ତେବେ ଅପରାଧୀଙ୍କୁ ତୁରନ୍ତ ଗିରଫ ସହ କ୍ଷତିପୂରଣ ଦାବି ନେଇ ଜୟପାଟଣା ଭବାନୀପାଟଣା ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆଁଖାଇରେ ଯୁବକଙ୍କୁ ହତ୍ୟା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.