Digital Dialogue: ବସ ମାଲିକ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନିଅନ୍ତୁ: ଦେବେନ୍ଦ୍ର ସାହୁ

By ETV Bharat Odisha Team

Published : Oct 21, 2023, 6:26 PM IST

thumbnail

ଭୁବନେଶ୍ବର: ରାଜ୍ୟ ଘରୋଇ ବସ ମାଲିକ ସଂଘ ଧର୍ମଘଟ ପ୍ରତ୍ୟାହୃତ କରିଛି ସତ । କିନ୍ତୁ ସଂଘ ରଖିଥିବା ଦାବିକୁ କଣ ରାଜ୍ୟ ସରକାର ମାନିନେଲେ । ଆସନ୍ତା 26 ତାରିଖରେ ଆଉ ଏକ ବୈଠକ ଡାକିଛନ୍ତି ରାଜ୍ୟ ସରକାର । ଯେଉଁ ବୈଠକରେ ଘରୋଇ ବସ ମାଲିକ ସଂଘ ସହିତ ରାଜ୍ୟ ସରକାରଙ୍କ ଆଲୋଚନା ହେବ । ଘରୋଇ ବସ ମାଲିକ ସଂଘ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ସ୍ଥଗିତ ରଖିଛି । ଯଦି ଦାବି ପୂରଣ ନହୁଏ ତେବେ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ । ବସ ମାଲିକ ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବା କଥା ନିଅନ୍ତୁ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି ମାଲକାନଗିରିରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ବସ ଗଡିବ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ବସ ଗଡିବ ନାହିଁ । କିନ୍ତୁ ମାଲକାନଗିରିରେ ଯେତେବେଳେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେଲା ଏହା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଗଡିଲା । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା କାରଣରୁ ଆମେ ଧର୍ମଘଟକୁ କଲୁ । ପାର୍ବଣ ସମୟ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ । ଏଥିପାଇଁ ଆମେ କ୍ଷମା ମାଗୁଛୁ ବୋଲି କହିଛନ୍ତି  । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.