ଡିଜିଟାଲ ଡାଏଲଗ: '96 ବିଧାନସଭା, 11 ଲୋକସଭା ଆସନ ଦଖଲ କରିବ କଂଗ୍ରେସ'

By ETV Bharat Odisha Team

Published : Dec 30, 2023, 8:31 PM IST

thumbnail

Sura Routray ETV Bharat Digital Dialogue ଭୁବନେଶ୍ବର: 2024 ନିର୍ବାଚନରେ ରାଜ୍ୟରେ କଂଗ୍ରେସ 96 ବିଧାନସଭା ଆସନ ଏବଂ 11 ଲୋକସଭା ଆସନ ଦଖଲ କରିବ । ଏନେଇ ଇଟିଭି ଭାରତ ଡିଜିଟାଲ ଡାଏଲଗ କାର୍ଯ୍ୟକ୍ରମରେ ଭାଗ ନେଇ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ ଆହୁରି କହିଛନ୍ତି, "ରାହୁଲଙ୍କ ଓଡିଶା ଗସ୍ତ କର୍ମୀଙ୍କୁ ଉତ୍ସାହିତ କରିବ । ଭାରତ ଯୋଡ଼ ଯାତ୍ରା ପରେ ଭାରତ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀ 14 ରାଜ୍ୟ ଗସ୍ତ କରିବେ । 6 ହଜାରରୁ ଅଧିକ କିଲୋମିଟର ଚାଲିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଓଡିଶା ଗସ୍ତ କଂଗ୍ରେସକୁ ବଳ ଯୋଗାଇବ ଆଗାମୀ ନିର୍ବାଚନ ପାଇଁ । ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି ।"

ସେହିଭଳି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ସୁର କହିଛନ୍ତି, "କଂଗ୍ରେସ ତୁଳସୀ ଯାତ୍ରା ଏବଂ ସଂକୀର୍ତ୍ତନ ଯାତ୍ରା କରିବା ପଛର ଦାବି ଥିଲା ଶ୍ରୀମନ୍ଦିରର 4 ଦ୍ବାର ଖୋଲିବା । ରାଜ୍ୟ ସରକାର ତୁରନ୍ତ ଚାରିଦ୍ବାର ଖୋଲନ୍ତୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ।" ତେବେ ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି କରୁଥିବା ରାଜନୀତିକୁ ନାପସନ୍ଦ କରିଛନ୍ତି ସୁର । ସେ କହିଛନ୍ତି, "ଏ ପର୍ଯ୍ୟନ୍ତ କଣ୍ଟିଲୋ ନୀଳମାଧବ ଏବଂ କପିଳେଶ୍ବର ମନ୍ଦିରକୁ ନିମନ୍ତ୍ରଣ ପଠାଗଲା ନାହିଁ । କାହିଁକି ପଠାଇଗଲା ନାହିଁ, ତାର ଉତ୍ତର ଦେବେ କି ସରକାର ? ଜଗନ୍ନାଥଙ୍କ ନାଁରେ ବିଜେଡି ଓ ରାମଙ୍କ ନାଁରେ ବିଜେପି ଭୋଟ ମାଗୁଛନ୍ତି । ଲୋକେ ଏହା ଜାଣିସାରିଲେଣି ।" 2024 ନିର୍ବାଚନରେ ଏହାର ଜବାବ ଜନତା ଦେବେ ବୋଲି କହିଛନ୍ତି ସୁର ରାଉତରାୟ । ତେବେ ଆଗାମୀ ନିର୍ବାଚନରେ ସେ ଲଢିବେ ନାହିଁ ବୋଲି ପୁଣିଥରେ ସ୍ପଷ୍ଟ କରିଛନ୍ତି । ପୁଅ ସିଦ୍ଧାର୍ଥ ଏବଂ ମନ୍ମଥ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "କଂଗ୍ରେସରେ କୌଣସି ମତପାର୍ଥକ୍ୟ ନାହିଁ । ଯେଉଁମାନଙ୍କୁ ସସପେଣ୍ଡ କରାଯାଇଛି ସେମାନେ ଭୁଲ ମାନିଲେଣି ।" ସେମାନଙ୍କୁ ଦଳକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡି ବିକାଶ ନାଁରେ କେବଳ ବିଜ୍ଞାପନ କରୁଛନ୍ତି ବୋଲି ସୁର ଅଭିଯୋଗ ଆଣିଛନ୍ତି । ଏବେବି ଅନେକ ଅଞ୍ଚଳ ଅଛି, ଯେଉଁଠାରେ ପାଣି, ବିଦ୍ୟୁତ ଭଳି ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ । ରାଜ୍ୟ ସରକାର ଖାଲି ବିକାଶର ଡିଣ୍ଡିମ ପିଟୁଛନ୍ତି । ଏସବୁ ପ୍ରହସନ ବୋଲି କହିଛନ୍ତି ସୁର । ଦେଖନ୍ତି ସମ୍ପୂର୍ଣ୍ଣ ସାକ୍ଷାତକାର... 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.