ଡିଜିଟାଲ ଡାଏଲଗ: ଚିନ୍ତା ବଢାଉଛି କୋରୋନା, ଟ୍ରାକିଂ ଟ୍ରେସିଂ ସହ ସତର୍କତା ଜରୁରୀ

By ETV Bharat Odisha Team

Published : Dec 23, 2023, 4:16 PM IST

thumbnail

Dr Niraj Mishra in Etv Bharat: ଭୁବନେଶ୍ବର: ଓଡ଼ିଶାକୁ ପୁଣି ଫେରିଛି କୋରୋନା । କୋଭିଡ-୧୯ର ନୂଆ ଭାରିଏଣ୍ଟ ଜେଏନ.୧ ଦ୍ବାରା ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ବ୍ୟତୀତ ଆଉ ୩ଟି ରାଜ୍ୟ ଓ ୩୦ଟି ଦେଶରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏପରି ସ୍ଥିତିରେ ଓଡ଼ିଶାବାସୀ କେତେ ସତର୍କ ରହିବା ଜରୁରୀ, ସେ ନେଇ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଡିଜିଟାଲ ଡାଏଲଗରେ ଆଲୋଚନା କରିଛନ୍ତି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର । ଏନେଇ ସେ କହିଛନ୍ତି, " ଏବେ ଟ୍ରାକିଂ ଓ ଟ୍ରେସିଂ କରିବାର ଆବଶ୍ୟକତା ରହିଛି । ମାସ୍କ ପିନ୍ଧିବା ଜରୁରୀ । ଅନ୍ୟମାନେ କେହି ମାସ ପିନ୍ଧିବା ଜରୁରୀ ନୁହେଁ । ଯେଉଁମାନଙ୍କର ପୂର୍ବରୁ କିଛି ରୋଗ ରହିଛି ଯେପରି ହାର୍ଟ, ଫୁସଫୁସ ଡାଏବେଟିସ ରୋଗୀ ସେମାନଙ୍କୁ ସତର୍କ ରହିବାକୁ ପଡିବ । ସାଧାରଣ ଲୋକଙ୍କ ପାଖରେ ଏହା ସଂକ୍ରମଣ କରିଛି କି ନାହିଁ ଲକ୍ଷଣ ଜଣାପଡିବା ମାତ୍ରେ ଟେଷ୍ଟିଂ କରିବା ଉଚିତ ।" ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.