ଡିଜିଟାଲ ଡାଏଲଗ: ଦାବି ପୂରଣ ପାଇଁ ସଂସଦକୁ ଡେଇଁ ପଡିବା ଗ୍ରହଣୀୟ ନୁହେଁ: ଆଇନ ବିଶାରଦ ଅନିରୁଦ୍ଧ ଚୌଧୁରୀ

By ETV Bharat Odisha Team

Published : Dec 16, 2023, 7:46 PM IST

thumbnail

ଭୁବନେଶ୍ବର: ସଂସଦର ସୁରକ୍ଷାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଶୀତ ଅଧିବେଶନ ଚାଲିଥିବା ବେଳେ ଲୋକସଭା ପରିଦର୍ଶକ ଗ୍ୟାଲେରୀରୁ ଦୁଇ ଦୁର୍ବୃତ୍ତ ଡେଉଁ ପଡି କଲର କ୍ୟାନଷ୍ଟର ସ୍ପ୍ରେ କରିବାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ସାଂସଦ କି ସମ୍ବିଧାନ ବିଶେଷଜ୍ଞ । ଘଟଣାରେ ବର୍ତ୍ତମାନ ସୁଦ୍ଧା 6 ଜଣ ଗିରଫ ହୋଇଥିବା ଏସଆଇଟି ତଦନ୍ତକୁ ଜୋରଦାର କରୁଛି । ଏପଟେ ପୁରା ଘଟଣାକୁ ନେଇ ରାଜନୀତି ବି ଚାଲଛି । ଏହାକୁ ନେଇ ଆଇନ ବିଶାରଦ ଅନିରୁଦ୍ଧ ଚୌଧୁରୀ କହିଛନ୍ତି ସଂସଦର ସୁରକ୍ଷାକୁ  ନେଇ କୌଣସି ସ୍ତରରେ ତ୍ରୁଟି ରହିଛି। ସେହିପରି ଅନିରୁଦ୍ଧ  କହିଛନ୍ତି ନିଜର ଦାବି ଉପସ୍ଥାପନ  ପାଇଁ ଅନେକ ଫୋରମ ରହିଛି । ସେହି ଫୋରମରେ ଆସି ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରାଯାଇପାରିବ । ସେପରି ନକରି ଗୃହ ମଧ୍ୟକୁ ଏପରି ଉପାୟରେ ପ୍ରବେଶ କରିବା ଦେଶଦ୍ରୋହର କାମ । ବଡ଼ କଥା ହେଲା ଏହି ଘଟଣାରେ ଗିରଫ ହୋଇଥିବା ଯୁବକମାନଙ୍କ ପଛରେ କୌଣସି ସଂଗଠନ କାମ କରୁଛି କି ନାହିଁ ତାହା ତଦନ୍ତପରିସରଭୁକ୍ତ ହେବା ଦରକାର । ସେହି ଯୁବକମାନଙ୍କ ଅସଲି ଚିନ୍ତାଧାରା କଣ ତାହା ଜାଣିବା ଜରୁରୀ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି  ଆଇନ ବିଶାରଦ ଅନିରୁଦ୍ଧ ଚୌଧୁରୀ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ, ଇଟିଭି ଭାରତ  ଓଡିଶା ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.