ଜଟଣୀରେ ଚାଲିଛି କ୍ଷମତା ପାଇଁ ଲଢେଇ, ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ - CONGRESS ROAD SHOW

By ETV Bharat Odisha Team

Published : May 15, 2024, 11:45 AM IST

thumbnail
ଜଟଣୀରେ ଚାଲିଛି କ୍ଷମତା ପାଇଁ ଲଢେଇ, ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ (Video - ETV Bharat Odisha)

ଖୋର୍ଦ୍ଧା: ସମୟ ବଢିବା ସହ ରାଜ୍ୟରେ ସୁପ୍ତ ଥିବା କଂଗ୍ରେସ ଜଟଣୀ ନିର୍ବାଚନ ମଣ୍ଡଳୀରେ କ୍ଷମତା ପାଇଁ ଲଢେଇ କରୁଛି । ନିଜ ଶକ୍ତିରେ ଦମ ଦେଖାଉଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା । ରାଜ୍ୟ ରାଜନୀତିରେ କ୍ଷମତା ଠାରୁ ଦୂରରେ ଥିବା କଂଗ୍ରେସ ପାଇଁ ସଞ୍ଜିବନୀ ଜଟଣୀ ନିର୍ବାଚନ ମଣ୍ଡଳୀ । ଗତ ନିର୍ବାଚନରେ ଏଠାରୁ ସୁର ରାଉତରାୟ ବିଜୟ ଲାଭ କରିଥିଲେ ମଧ୍ୟ ଏଵେ ସେ କଂଗ୍ରେସରୁ ବହିସ୍କୃତ । ତେବେ ଏଠାରୁ କଂଗ୍ରେସ କର୍ମକର୍ତ୍ତାଙ୍କୁ ପୁଣି ଏକାଠି କରି ରଣ କ୍ଷେତ୍ରକୁ ଓହ୍ଲାଇଛନ୍ତି ସମାଜସେବୀ ସନ୍ତୋଷ ଜେନା । ସନ୍ତୋଷ ଜେନା ଜଟଣୀ ନିର୍ବାଚନ ମଣ୍ଡଳୀରେ ସମାଜସେବା କାର୍ଯ୍ୟ କରି ବେଶ ପରିଚିତ ହୋଇଥିବା ବେଳେ ତାଙ୍କ ବିଜୟ ସୁନିଶ୍ଚିତ ଥିବା କହି ବୁଲୁଛନ୍ତି । ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ଦିଗରେ କଂଗ୍ରେସ କାମ କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ । 

ଏହା ମଧ୍ୟ ପଢନ୍ତୁ:- ଓଡ଼ିଶାରେ ଓମ ବିର୍ଲା, ଆଜି ଆସୁଛନ୍ତି ଶାହ ଓ ନଡ୍ଡା - lok sabha election 2024

ସେହିଭଳି ଗତକାଲି ଜଟଣୀ ନିର୍ବାଚନ ମଣ୍ଡଳୀର ତରାବୋଇ, ବେଣାପଞ୍ଜରୀ,ତିରିମଲ, ହରିପୁର ଅଂଚଳରେ ବାଇକ ଶୋଭାଯାତ୍ରା କରି ନିଜ ଦମ ଦେଖାଇଛି କଂଗ୍ରେସ । ସୁପ୍ତ ଥିବ ଦଳୀୟ କର୍ମକର୍ତାଙ୍କୁ ଏକାଠି କରି ଗାଁ ଗାଁରେ ପୁଣି କଂଗ୍ରେସକୁ ଉଦ୍ଜୀବିତ କରିବା ପାଇଁ ପ୍ରୟାସ କରିଛନ୍ତି ଉଭୟ ପ୍ରାର୍ଥୀ । ଏହି ଅବସରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା କହିଛନ୍ତି କଂଗ୍ରେସ ପ୍ରଚାର କାର୍ଯ୍ୟକ୍ରମରେ ଲୋକମାନେ ସ୍ୱତପବୃତ୍ତ ଭାବେ ସାମିଲ ହେଉଛନ୍ତି,ଗରିବ ମୁକ୍ତ ଜଟଣୀ ନାରାରେ ଏଥର କଂଗ୍ରେସ ବହୁମତ ପାଇ ବିଜୟ ଲାଭ କରିବ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.