ଖୋର୍ଦ୍ଧାରେ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

By

Published : Mar 15, 2023, 12:11 PM IST

thumbnail

ଖୋର୍ଦ୍ଧା: ଆଜିଠାରୁ ୧୦ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି । ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା (କମର୍ସିଆଲ)ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି । ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି । ଖୋର୍ଦ୍ଧା ଜିଲ୍ଲାର ୧୬ନଂ ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା, ବେଗୁନିଆ , ବୋଲଗଡ଼, ଜଟଣୀ, ଟାଙ୍ଗି, ଚିଲିକା, ବାଣପୁର ଅଞ୍ଚଳରେ ଡ୍ରାଇଭରମାନେ ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । 

ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ, ୫୫ ବର୍ଷ ପରେ ମାସିକ ୫ ହଜାର ପେନସନ, ପ୍ରତି ଶହେ କିଲୋମିଟରରେ ପାର୍କିଂ, ଵିଶ୍ରାମଗାର ଓ ଶୌଚାଳୟ ,ଦୁର୍ଘଟଣା ବୀମା କୋଡିଏ ଲକ୍ଷ ଏବଂ ସେମାନଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା ଭଳି 10 ଦଫା ଦାବିରେ ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ସଂଘ । ଗତକାଲି ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ଏକତା ମହାମଞ୍ଚର ଆଲୋଚନା ବିଫଳ ହୋଇଥିବାରୁ ସାରା ରାଜ୍ୟରେ ଯାନାବାହନ ଚଳାଚଳ ପ୍ରଭାବିତ ହୋଇଛି । ଅପରପକ୍ଷେ ଏବେ ମାଟ୍ରିକ ଓ +୨ ପରୀକ୍ଷା ଚାଲିଥିବାରୁ ଏହି ଆନ୍ଦୋଳନର ପ୍ରଭାବ ଯେପରି ଛାତ୍ରଛାତ୍ରୀଙ୍କ ଯାତାୟତ ଉପରେ ନପ ଡ଼େ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.