Navratri 2023: ଡ୍ରିମ ଇଭେଣ୍ଟର ଦାଣ୍ଡିଆ ନାଇଟ୍ସ, ଝୁମିଲେ ରାଜଧାନୀବାସୀ

By ETV Bharat Odisha Team

Published : Oct 22, 2023, 10:17 PM IST

thumbnail

ଭୁବନେଶ୍ବର: ଆସିଛନ୍ତି ମା' । ମା'ଙ୍କ ଆଗମନକୁ ନେଇ ରାଜଧାନୀରେ ପାର୍ବଣର ମାହୋଲ । ଏହି ମାହୋଲକୁ ଆଉ ଟିକେ ରଙ୍ଗୀନ କରିବା ପାଇଁ ଚଳିତ ବର୍ଷ ଡ୍ରିମ ଇଭେଣ୍ଟ ପକ୍ଷରୁ ଦାଣ୍ଡିଆ ନାଇଟ୍ସର ଆୟୋଜନ କରାଯାଇଥିବା ବେଳେ ଦାଣ୍ଡିଆ ଧୁନ୍‌ରେ ନାଚିଛନ୍ତି ରାଜଧାନୀବାସୀ । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ଦାଣ୍ଡିଆ ନାଇଟ ଅନୁଷ୍ଠିତ ହେବ । ମଞ୍ଚେଶ୍ବର ସ୍ଥିତ ଲାଫିଏଷ୍ଟା ଠାରେ ଏହି ଦାଣ୍ଡିଆ ନାଇଟର ଆୟୋଜନ କରାଯାଇଥିବା ବେଳେ ଟିକେଟର ଦାମ ବା ପ୍ରବେଶ ପାଇଁ ଶୁଳ୍କ ରହିଛି ୩୦୦ ଟଙ୍କା । ଡିଜେ ନାଇଟ ସାଙ୍ଗକୁ ଆର୍କଷଣୀୟ ଇଭେଣ୍ଟ, ଭରପୁର ଖାଇବା ପିଇବାର ମଜା ଉପଭୋଗ କରିପାରିବେ ରାଜଧାନୀବାସୀ । ଦାଣ୍ଡିଆ ନାଇଟ ଆହୁରି ରଙ୍ଗୀନ କରୁଛି ପାରମ୍ପରିକ, ଟ୍ରେଣ୍ଡିଂ ଓଡ଼ିଆ ଓ ହିନ୍ଦୀ ଗୀତ । ଏହାସହ ଲୋକପ୍ରିୟ କଣ୍ଠଶିଳ୍ପୀ ଓ DJ ତାଳେ ତାଳେ ମଧ୍ୟ ଝୁମିଛନ୍ତି ରାଜଧାନୀବାସୀ । ତେବେ ପ୍ରଥମ ଥର ପାଇଁ ଡ୍ରିମ ଇଭେଣ୍ଟ ଦାଣ୍ଡିଆ ନାଇଟର ଆୟୋଜନ କରିଥିବା ବେଳେ ଲୋକମାନଙ୍କୁ ଏହା ଏକ ନିଆରା ଅନୁଭୂତି ଆଣିଦେଇଛି ଓ ମନୋରଞ୍ଜନର ଖୋରାକ ଦେଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.