କଟକରେ ଆରମ୍ଭ ହେଲା ଦାଣ୍ଡିଆ ନାଇଟ୍ସ

By ETV Bharat Odisha Team

Published : Oct 19, 2023, 2:10 PM IST

thumbnail

କଟକ: ଆଉ ଦିନ କେଇଟା ପରେ ଦଶହରା । ନବରାତ୍ରୀରେ ଚିକ୍‌ମିକ୍‌ ଆଲୁଅରେ ଝଲସି ଉଠୁଛି ସିଲଭର ସିଟି କଟକ । ଏବେଠାରୁ ଜମିଲାଣି ଦାଣ୍ଡିଆ ନାଇଟ । ନବରାତ୍ର ଜାରି ରହିଥିବାରୁ ଲାୟନ୍ସ କ୍ଳବ୍ ଅଫ୍ କଟକ ଭେଲଭେଟ ଏବଂ କଟକ କ୍ଳବ୍ ର ମିଳିତ ଆନୁକୁଲ୍ୟରେ କ୍ଳବ୍ ପରିସରରେ ଆରମ୍ଭ ହୋଇଛି ଦାଣ୍ଡିଆ ସାଂସ୍କୃତିକ କାର୍ଯ୍ୟକ୍ରମ । ବାଙ୍କୀର ଏକ ଗ୍ରାମକୁ ଭେଲଭେଟ୍‌ ପକ୍ଷରୁ ପୋଷ୍ୟ ଗ୍ରାମ୍ୟ ଭାବରେ ଗ୍ରହଣ କରାଯାଇଛି । ଏଥିପାଇଁ ଉକ୍ତ ଗ୍ରାମର ପାନୀୟଜଳ ଏବଂ ବିଭିନ୍ନ ଉନ୍ନତି ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବ ପକ୍ଷରୁ ଯାହା ବି ଅର୍ଥ ଯୋଗାଡ଼ ହେବ ତାହାକୁ ଉକ୍ତ ଗ୍ରାମରେ ବିକାଶ ଧାରା ରେ ଲଗାଯିବ ବୋଲି କହିଛନ୍ତି କ୍ଲବ ମୁଖ୍ୟ । କାର୍ଯ୍ୟକ୍ରମରେ ମହିଳାମାନେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ଲାୟନ୍ସ କ୍ଲବ୍‌ ଗଭର୍ଣ୍ଣର ଶରତ ଚନ୍ଦ୍ର ପ୍ରଧାନ, ପୂର୍ବତନ ଗଭର୍ଣ୍ଣର ଲାୟନ୍ ପ୍ରଭାତ ମହାନ୍ତି, ଲାୟନ ପ୍ରକାଶ ଜେନାସ, ଲାୟନ୍ ପ୍ରଫୁଲ୍ଲ ସାମଲ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, ଲାୟନ୍ସ  ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଗଣେଶ କାଣ୍ଡୋଇ, ସରିତା ଲୁନାନି,ଉମେଶ ଖଣ୍ଡେଲ ୱାଲ୍ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଭେଲଭେଟ୍ କ୍ଳବ୍‌ର ସଭାପତି ଲାୟନ ଉର୍ମିଳା ମୋଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.