ଗଞ୍ଜାମରେ ଜିଲ୍ଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳିତ

By

Published : Aug 15, 2023, 4:36 PM IST

thumbnail

ବ୍ରହ୍ମପୁର: ଗଞ୍ଜାମରେ ଜିଲ୍ଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ ପଡ଼ିଆ ଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ସ୍ବାଧୀନତା ସଂଗ୍ରାମୀଙ୍କୁ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପୂର୍ବକ ବୀର ପୁରୁଷମାନେ କିପରି ନିଜ ଜୀବନକୁ ଦେଶ ପାଇଁ ବଳିଦାନ ଦେଇଥିଲେ ସେସମ୍ପର୍କରେ ମନ୍ତ୍ରୀ ମତ ପ୍ରକାଶ କରିଥିଲେ । ତାଙ୍କ ଆଦର୍ଶକୁ ସମସ୍ତେ ପାଳନ କରିବା ସହିତ ଭାରତ ସ୍ବାଧୀନତା ପାଇବା କ୍ଷେତ୍ରରେ ଓଡ଼ିଶା ଓ ଗଞ୍ଜାମର ବୀରଙ୍କ ବଳିଦାନକୁ ସ୍ମରଣ କରିଥିଲେ । 

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂରଦୃଷ୍ଟି ଓ ୫T ଜରିଆରେ ଗଞ୍ଜାମର ବିଭିନ୍ନ କ୍ଷେତ୍ରରେ ଉନ୍ନତି ହୋଇପାରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଉନ୍ନତି ଜାରି ରହିବ ବୋଲି ମତବ୍ୟକ୍ତ କହିଥିଲେ । ମନ୍ତ୍ରୀ ଅମାତଙ୍କ ସହିତ ଅନ୍ୟମାନଙ୍କ ମଧ୍ଯରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଛତ୍ରପୁର ବିଧାୟକ ସୁବାସ ବେହେରା , ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭି.କିର୍ତ୍ତିଭାସନଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ୟାରେଡରେ ପୋଲିସ,ଗୃହରକ୍ଷୀ ସମେତ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏବଂ ସ୍କୁଲ ଓ କଲେଜର ମୋଟ ୩୨ ଗୋଟି ଦଳ ସମେତ ପୋଲିସ ବ୍ୟାଣ୍ଡ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଜ୍ଞାପନ ମେଢ ପ୍ରଦର୍ଶୀତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । 
 

ଇଟିଭି ଭାରତ, ବ୍ରହ୍ମପୁର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.