ସାତପଡ଼ା ଚିଲିକା ଅଞ୍ଚଳରେ କୁମ୍ଭୀର, ଭୟଭୀତ ମତ୍ସ୍ୟଜୀବୀ

By

Published : Jan 28, 2023, 3:30 PM IST

Updated : Feb 3, 2023, 8:39 PM IST

thumbnail

ବ୍ରହ୍ମଗିରି: ସାତପଡ଼ା ଚିଲିକା ଅଞ୍ଚଳରେ ବୁଲୁଛି କୁମ୍ଭୀର । ଡଙ୍ଗାରେ ଯାଉଥିବା ବେଳେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ସାତପଡା ଚିଲିକାରେ କୁମ୍ଭୀରଟି ବୁଲୁଥିବା ଦେଖିବାକୁ ମିଳିଛି । ଜହ୍ନିକୁଦାରୁ ସାତପଡା ଅଭିମୁଖେ ଏକ ଘରୋଇ ଡଙ୍ଗା ଯାତ୍ରୀଙ୍କୁ ନେଇ ବାହାରିଥିଲା । ଏହି ସମୟରେ ଚିଲିକାର ମହିଁସା ନିକଟ କୁଦରେ ଏକ କୁମ୍ଭୀର ବୁଲୁଥିବାର ଦେଖିବାକୁ ପାଇଥିଲେ ଯାତ୍ରୀ ମାନେ। କୁମ୍ଭୀରଟି ଚିଲିକାର କୁଦ ଉପରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରି ଖବର ଏବେ ସାମ୍ନାକୁ ଆସିବା ପରେ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ ଅଛନ୍ତି । 

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କୁମ୍ଭୀରଟି ପାଣିରୁ ବାହାରକୁ ଆସି ବୁଲୁଛି । ଓ କିଛି ସମୟ ପରେ ପୁଣି ପାଣି ମଧ୍ୟକୁ ଚାଲିଯାଉଛି । ଏହି ସମୟରେ ଡଙ୍ଗାରେ ଯାଉଥିବା ଯାତ୍ରୀ ମୋବାଇଲେ ଏହି ଦୃଶ୍ୟକୁ କଏଦ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।  

ସାତପଡ଼ା ଚିଲିକାରେ କୁମ୍ଭୀର ଦେଖା ଯିବା ଏକ ବିରଳ ଘଟଣା। ଚିଲିକା ପାଣିରେ ପଶି ଏହି ଅଞ୍ଚଳରେ ଲୋକ ମାନେ ମାଛ , ଚିଙ୍ଗୁଡି ଓ କଙ୍କଡା ଚାଷ କରିଥାନ୍ତି। ଚିଲିକାରେ କୁମ୍ଭୀର ଦେଖି ମତ୍ସ୍ୟଜୀବୀ ମାନେ ଆତଙ୍କିତ ହୋଇ ପଡିଛନ୍ତି। ଚିଲିକା ପାଣିକୁ  ଯିବା ପାଇଁ ମନରେ ଏବେ ଭୟ ସୃଷ୍ଟି ହୋଇଛି। ଫଳରେ ଜୀବନ ଜୀବିକା ଉପରେ ଏହା ପ୍ରଭାବ ପକାଇଛି । ଏପଟେ ସିଡ଼ି଼ଏ ଏବଂ ବନବିଭାଗ ଏହି ଘଟଣାକୁ ଗୁରୁତ୍ୱ ସହ ନ ନେଇ ଏହାକୁ ହାଲୁକା ଭାବେ ନେଇଥିବା ଜଣାପଡ଼ିଛି। ତେବେ ପୂର୍ବରୁ କେବେବି ଏଠାରେ କୁମ୍ଭୀର ଦେଖିବାକୁ ମିଳିନଥିଲା । ଏହା ପ୍ରଥମ ଘଟଣା । ଏଦିଗରେ ବନ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।  

ଇଟିଭି ଭାରତ, ବ୍ରହ୍ମଗିରି

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.