77th Independence Day: ପ୍ରଦର୍ଶିତ ହେଲା ଚନ୍ଦ୍ରଯାନ-3 ଦେଶୀ ମଡେଲ୍

By

Published : Aug 15, 2023, 3:52 PM IST

thumbnail

ବାଲେଶ୍ବର: ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ପ୍ରଶାସନ ଏବଂ ସବୁବର୍ଗର ଲୋକମାନେ ଆଜି ଦେଶର ଏହି ମହାନ ପର୍ବରେ ସାମିଲ ହୋଇଛନ୍ତି । ଏହାରି ଭିତରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ସ୍କୁଲରେ ଛାତ୍ରଛାତ୍ରୀଙ୍କ ପ୍ରଭାତଫେରିଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଦ୍ବାରା ପାଳିତ ହୋଇଥିବା ସ୍ବାଧୀନତା ଦିବସ ପ୍ୟାରେଡ ବେଶ ଆକର୍ଷଣୀୟ ଥିଲା । ଏହାରି ଭିତରେ ଜଣେ ଚିତ୍ରଶିଳ୍ପୀ ସ୍ବାଧୀନତା ଦିବସ ଉପଲକ୍ଷେ ଚନ୍ଦ୍ରଯାନ 3ର ଅବିକଳ ଏକ ପ୍ରକଳ୍ପ ତିଆରି କରି ଏକ ଘରୋଇ ସ୍କୁଲରେ ପ୍ରଦର୍ଶିତ କରିଥିଲେ । ଯାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବାଲେଶ୍ବରରେ 77ତମ ସ୍ବାଧୀନତା ଦିବସ ପାଳିତ: ଉଡ଼ିଲା ତ୍ରିରଙ୍ଗା, ବଖାଣିଲା ଦେଶ ପ୍ରେମର ଗାଥା

ଚନ୍ଦ୍ରଯାନ 3ର ଏବେ ସବୁଆଡ଼େ କ୍ରେଜ୍‌ ଥିବାବେଳେ ଚିତ୍ରଶିଳ୍ପୀ ଭବାନୀ ଶଙ୍କର ନାୟକ ଥର୍ମକୁଲରେ ୭ ଫୁଟ ଲମ୍ବ ଓ ୩ ଫୁଟ ଓସାର ବିଶିଷ୍ଟ ଏକ ଚନ୍ଦ୍ରଯାନ ପ୍ରକଳ୍ପ ତିଆରି କରିଥିଲେ । ଯେଉଁଥିରେ ପ୍ରାଇମର ଏବଂ ପ୍ଲାଷ୍ଟିକ ପେଣ୍ଟ୍‌ ବ୍ୟବହାର କରାଯାଇଛି । ଏହାକୁ ତିଆରି କରିବା ପାଇଁ ୨ ଦିନ ସମୟ ଲାଗିଥିବା ବେଳେ ଏଥିପାଇଁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ଚିତ୍ରଶିଳ୍ପୀ ଭବାନୀ । ତାଙ୍କର ଏହି ପ୍ରକଳ୍ପ ସ୍କୁଲ ପରିସରରେ ପ୍ରଦର୍ଶିତ ହେବାପରେ ଲୋକମାନେ ଆଗ୍ରହର ସହ ସେଠାରେ ସେଲ୍ଫି ନେଇଥିଲେ, ଯାହା ବେଶ ଖୁସି ଦେଇଥିବା ସେ କହିଛନ୍ତି । ଦେଶପ୍ରେମର ଏ ନିଆରା କଳାକୃତି ସତରେ ବେଶ୍‌ ପ୍ରଶଂସନୀୟ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.