ବାଲେଶ୍ବରରେ 77ତମ ସ୍ବାଧୀନତା ଦିବସ ପାଳିତ: ଉଡ଼ିଲା ତ୍ରିରଙ୍ଗା, ବଖାଣିଲା ଦେଶ ପ୍ରେମର ଗାଥା

By

Published : Aug 15, 2023, 2:02 PM IST

thumbnail

ବାଲେଶ୍ୱର: ଜିଲ୍ଲାର ବିଭିନ୍ନ ସ୍ଥାନରେ 77ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ପୋଲିସ ଲାଇନ୍ ରିଜର୍ଭ ପଡ଼ିଆରେ ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ପାଳିତ ହୋଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀଙ୍କ ସମେତ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ଏସପି ସାଗରିକା ନାଥ, ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆୟୋଜିତ ପରେଡରେ ବିଭିନ୍ନ ସ୍କୁଲ୍ ଓ କଲେଜ ଏବଂ ପୋଲିସ ମିଶି 45ଟି ଗ୍ରୁପ୍‌ ସାମିଲ୍ ହୋଇ ପରେଡ୍ ପ୍ରଦର୍ଶନ କରିଥିଲେ । ଏହା ସହ କିଛି ସ୍କୁଲ୍ ପକ୍ଷରୁ ଯୋଗଦେଇଥିବା ଛାତ୍ର ଓ ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଶେଷରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ଉତ୍କର୍ଷତା ଲାଭ ଓ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସ୍ଵାଧୀନତା ଦିବସ ଅବସରରେ ସମ୍ମାନିତ କରାଯାଇଥିଲା । ଏହାସହ ସାମ୍ବାଦିକତା କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକ ଶିବଦାସ କୁଣ୍ଡୁ ଏବଂ ସତ୍ୟପ୍ରିୟ ମହାନ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.