ଟେଷ୍ଟ ପୂର୍ବରୁ ନେଟ୍‌ରେ ଝାଳ ବୁହାଇଲେ କ୍ୟାପ୍ଟେନ ରୋହିତ, ଭିଡିଓ ସେୟାର କଲା BCCI

By ETV Bharat Odisha Team

Published : Dec 24, 2023, 10:59 PM IST

thumbnail

Captain Rohit Sharma Practicing ସେଞ୍ଚୁରିଅନ: ସରିଲାଣି ଅପେକ୍ଷା । ବିଶ୍ବକପ୍‌ରେ ହୃଦୟ ଭାଙ୍ଗିବା ପରେ ପୁଣିଥରେ ମୈଦାକୁ ଓହ୍ଲାଇବେ ଭାରତୀୟ ଦଳର ଦୁଇ ଷ୍ଟାର ରୋହିତ ଶର୍ମା ଓ ବିରାଟ କୋହଲି । ବିଶ୍ବକପ୍‌ ୨୦୨୩ ସରିବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଏବଂ ଏକଦିବସୀୟ ଶୃଙ୍ଖଳା ଖେଳି ନଥିଲେ ଦଳର ଦୁଇ ବଡ଼ ଷ୍ଟାର । ଏବେ ଟେଷ୍ଟରେ କରିବେ କମ୍‌ବ୍ୟାକ୍‌ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ । ଏହାର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୨୬ (ମଙ୍ଗଳବାର) ଖେଳାଯିବ । ଏଥିପାଇଁ ଆଜି ବିରାଟ କୋହଲି ନେଟ୍‌ରେ ଝାଳବୁହା ଅଭ୍ୟାସ କରିଛନ୍ତି । ସେପଟେ ଅଧିନାୟକ ରୋହିତ ଶର୍ମା ମଧ୍ୟ ନେଟ୍‌ରେ ଅଭ୍ୟାସ କରିଥିଲେ । ଏହି ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରିଛି ବିସିସିଆଇ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.