ETV Bharat / sports

ଭାରତ ନୁହେଁ ଲଣ୍ଡନ ଯାଇଥିଲେ କୋହଲି, ଦକ୍ଷିଣ ଆଫ୍ରିକା ଫେରି ଆରମ୍ଭ କଲେ ଅଭ୍ୟାସ

author img

By ETV Bharat Odisha Team

Published : Dec 24, 2023, 9:39 PM IST

ଭାରତ ନୁହେଁ ଲଣ୍ଡନ ଯାଇଥିଲେ କୋହଲି
ଭାରତ ନୁହେଁ ଲଣ୍ଡନ ଯାଇଥିଲେ କୋହଲି

Virat Kohli: ସୋସିଆଲ୍‌ ମିଡିଆରେ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ । ଭାରତ ନୁହେଁ, ବରଂ ଲଣ୍ଡନ ଯାଇଥିଲେ ବିରାଟ କୋହଲି । ଏବେ ଦକ୍ଷିଣ ଆଫ୍ରିକା ଫେରି ଦଳ ସହ ଆରମ୍ଭ କରିଛନ୍ତି ଅଭ୍ୟାସ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଡିସେମ୍ବର ୨୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ ଭାରତ । ଏହା ପୂର୍ବରୁ ନେଟ୍‌ରେ ଝାଳ ବୁହାଇଛନ୍ତି ଭାରତୀୟ ଷ୍ଟାର କ୍ରିକେଟରମାନେ । ତେବେ ଏହାରି ଭିତରେ ଭାରତୀୟ ଦଳର ଭେଟେରାନ୍‌ ବ୍ୟାଟର ବିରାଟ କୋହଲି କୌଣସି ବ୍ୟକ୍ତିଗତ କାରଣରୁ ଭାରତ ଫେରି ଆସିଥିବା ଚର୍ଚ୍ଚା ସୋସିଆଲ ମିଡିଆରେ ହୋଇଥିଲା । ଏପରିକି ସେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଦଳରେ ଯୋଗ ଦେଇ ପାରନ୍ତି ବୋଲି ମଧ୍ୟ କଥା ଉଠିଥିଲା । ହେଲେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ବିରାଟ ଭାରତ ନୁହେଁ ବରଂ ଲଣ୍ଡନ ଯାଇଥିଲେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ଖବର ମିଳିଛି । ଏନେଇ ବିରାଟ ପୂର୍ବରୁ ଯୋଜନା କରିଥିଲେ ଓ ବିସିସିଆଇକୁ ଜଣାଇଥିଲେ ବୋଲି ମଧ୍ୟ ଜଣାପଡ଼ିଛି । ଏବେ କୋହଲି ଦକ୍ଷିଣ ଆଫ୍ରିକା ପହଞ୍ଚି ଭାରତୀୟ କ୍ୟାମ୍ପରେ ଅଭ୍ୟାସ ଆରମ୍ଭ କରିଛନ୍ତି ।

ଏମିତି ହୋଇଥିଲା ଚର୍ଚ୍ଚା: ଦିନିକିଆ ବିଶ୍ବକପ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି ଟିମ୍‌ ଇଣ୍ଡିଆ । ଟି୨୦ ଶୃଙ୍ଖଳା ଡ୍ର' ହେବାପରେ ଦିନିକିଆ ସିରିଜ୍‌କୁ ୨-୧ରେ କବ୍‌ଜା କରିଥିଲା ଭାରତୀୟ ଦଳ । ଏହାପରେ ଆଗାମୀ ଡିସେମ୍ବର ୨୬ରୁ ଆରମ୍ଭ ହେବ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା । ଏଥିପାଇଁ ଭାରତୀୟ ଦଳ ଅଭ୍ୟାସ ଦାରି ରଖିଥିବା ବେଳେ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଭାରତ ଫେରି ଆସିଥିବା ଖବର ଆସିଥିଲା । କିଛି ବ୍ୟକ୍ତିଗତ କାରଣରୁ ସେ ଭାରତ ଫେରିଥିଲେ ବୋଲି କୁହାଯାଉଥିଲା । ଏପରିକି ଅନୁଷ୍କା ଦ୍ବିତୀୟ ଥର ଗର୍ଭବତୀ ଥିବା ନେଇ କିଛି ମାସ ହେଲା ଚର୍ଚ୍ଚା ହେଉଥିବା ବେଳେ ଏହି କ‌ାରଣରୁ ବିରାଟ ଭାରତ ଆସିଥାଇ ପାରନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀ ଆଲୋଚନା ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...୮ ୱିକେଟରେ ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟ, ମହିଳା ଟେଷ୍ଟରେ ପ୍ରଥମ ଥର ହାରିଲା ଅଷ୍ଟ୍ରେଲିଆ

ଲଣ୍ଡନ ଯାଇଥିଲେ କୋହଲି: ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । କୋହଲି ଭାରତ ନୁହେଁ, ବରଂ ଲଣ୍ଡନ ଯାଇଥିଲେ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ବିରାଟ କୋହଲିଙ୍କୁ ଇନଟ୍ରା ସ୍କ୍ବାଡ୍‌ ମ୍ୟାଚ୍‌ ଖେଳିବାର ନଥିଲା । କାରଣ ଦଳ ପରିଚାଳନା ତାଙ୍କ ଯୋଜନା ଏବଂ କାର୍ଯ୍ୟସୂଚୀ ବିଷୟରେ ଅବଗତ ଥିଲା । ବିରାଟ କୋହଲିଙ୍କର ସବୁ କାର୍ଯ୍ୟସୂଚୀ ପୂର୍ବ ନିର୍ଦ୍ଧାରିତ ଥାଏ । କୋହଲି ଲଣ୍ଡନ ଯାତ୍ରା କରିବା ନେଇ ବିସିସିଆଇକୁ ପୂର୍ବରୁ ଜଣାଇଥିଲେ । ଡିସେମ୍ବର ୧୫ରେ ଭାରତରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲେ କୋହଲି । ଏହାପରେ ସେ ବ୍ୟକ୍ତିଗତ କାମରେ ଡିସେମ୍ବର ୧୯ରେ ଲଣ୍ଡନ ଯାଇଥିଲେ । ଏବେ ସେ ଦକ୍ଷିଣ ଆଫ୍ରିକା ଫେରି ଦଳ ସହ ଯୋଗ ଦେଇଛନ୍ତି ।

ଅଭ୍ୟାସ ଆରମ୍ଭ କଲେ କୋହଲି: ତେବେ କେବଳ ଦଳ ସହ ଯୋଗ ଦେଇନାହାନ୍ତି, ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି କୋହଲି । ଲଣ୍ଡନରୁ ଫେରିବା ମାତ୍ରେ ନେଟ୍‌ରେ ଝାଳ ବୁହାଇଛନ୍ତି କୋହଲି । ଏହାର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ୩୦ ମଧ୍ୟରେ ଖେଳିବ ଭାରତ । ଏଥିରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ କୋହଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.