ଏସ୍‌ଟିଏଫ୍‌ ଜାଲରେ ବ୍ରାଉନ୍‌ସୁଗାର ବେପାରୀ, ଗିରଫ ହେଲେ କୋର୍ଟ କର୍ମଚାରୀ

By ETV Bharat Odisha Team

Published : Oct 16, 2023, 1:15 PM IST

thumbnail

କେନ୍ଦୁଝର: ଏସ୍‌ଟିଏଫ୍‌  ପଞ୍ଝାରେ ବ୍ରାଉନସୁଗାର ବେପାରୀ । କେନ୍ଦୁଝର ଜୁଡିସିଆଲ୍‌ କୋର୍ଟ ପିଅନ ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ତେବେ ଜୁଡିସିଆଲ୍‌ କୋର୍ଟ ପିଅନ ଦେବାନନ୍ଦ ସାମଲ ବୋଲି ଜଣାପଡିଛି । ଏସ୍‌ଟିଏଫ୍‌ ଗୁଇନ୍ଦା କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ।  ଆଉ ଏହି ଚଢାଉରେ ପ୍ରାୟ ଏକ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।   ଏହାସହିତ ଏକ ମାରୁତି ଅଲ୍‌ଟୋ କାର୍‌ ମଧ୍ୟ ଜବତ କରିଛି ଏସ୍‌ଟିଏଫ୍‌ । ସେହିପରି ଏହି ବ୍ରାଉନ୍‌ସୁଗାର କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ଏସ୍‌ଟିଏଫ୍‌ ।

    ଏହା ମଧ୍ୟ ପଢନ୍ତୁ- ପୋଲିସ ପଞ୍ଝାରେ ଧ୍ରୁତ ଗୃହ ସେବିକା, ମାଲିକଙ୍କ ଆକାଉଣ୍ଟରୁ ଚଳୁ କରିଦେଲେ 13 ଲକ୍ଷ

ପ୍ରକାଶ ଥାଉକି, ନିଶା କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରହିଛି । ଏନେଇ  2020 ମସିହାଠାରୁ ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ 72 କିଲୋଗ୍ରାମରୁ ଅଧିକ ବ୍ରାଉନ ସୁଗାର , 202 ଗ୍ରାମ କୋକେନ, 116 କ୍ୱିଣ୍ଟାଲ ଗଞ୍ଜେଇ, ଅଫିମ 3 କିଲୋଗ୍ରାମ ଜବତ ହୋଇଛି  । ସେହିପରି ଏବଂ 182ରୁ ଅଧିକ ଡ୍ରଗ ଡିଲରଙ୍କୁ ଗିରଫ ହୋଇଥିବା ନେଇ ଏସଟିଏଫ ସୂତ୍ରରୁ ପ୍ରକାଶ ପାଇଛି ।

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.