ETV Bharat / state

ପୋଲିସ ପଞ୍ଝାରେ ଧ୍ରୁତ ଗୃହ ସେବିକା, ମାଲିକଙ୍କ ଆକାଉଣ୍ଟରୁ ଚଳୁ କରିଦେଲେ 13 ଲକ୍ଷ

author img

By ETV Bharat Odisha Team

Published : Oct 11, 2023, 12:54 PM IST

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଅଲାଇଡିହ ଗ୍ରାମରେ ଗୃହ ସେବିକା ଲୁଟିନେଲା ୧୩ ଲକ୍ଷ ଟଙ୍କା । ଥାନାରେ ଅଭିଯୋଗ କଲେ ଘର ମାଲିକ । ଅଧିକ ପଢନ୍ତୁ

ପୋଲିସ ପଞ୍ଝାରେ 420 ଗୃହ ସେବିକା
ପୋଲିସ ପଞ୍ଝାରେ 420 ଗୃହ ସେବିକା

ପୋଲିସ ପଞ୍ଝାରେ 420 ଗୃହ ସେବିକା

ଖୋର୍ଦ୍ଧା : ଗୃହ ସେବିକା ଲୁଟିନେଲା ୧୩ ଲକ୍ଷ ଟଙ୍କା । ୨ ମାସରେ ୧୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଥାନାରେ ଅଭଯୋଗ କଲେ ଘର ମାଲିକ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳର ଅଲାଇଡିହ ଗ୍ରାମରେ । ତେବେ ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ବାଣପୁର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ - ବାଇକ ଡିକି ଭାଙ୍ଗି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍

ସୂଚନା ମୁତାବକ, ପ୍ରାୟ ଦୁଇ ମାସ ପୂର୍ବେ ନାଚୁଣୀ ଅଞ୍ଚଳର ରେଖା ବେହେରା ନିଜକୁ ଅସହାୟ ଭାବେ ପରିଚିତ କରାଇ ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଗ୍ରାମରେ ପହଞ୍ଚିଥିଲେ । ଉକ୍ତ ଗ୍ରାମର ସରକାରୀ ସେବା ନିବୃତ୍ତ 70 ବର୍ଷୀୟ ବୃଦ୍ଧ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ନିଜର ଅସହାୟତା ପ୍ରକାଶ କରିବା ସହ ତାଙ୍କ ଘରେ ଗୃହ ସେବିକା ଭାବେ କାର୍ଯ୍ୟ କରୁଥିଲେ । ଏହାରି ମଧ୍ୟରେ ରେଖା ନିଜର ଦୁଃଖଭରା କାହାଣୀ କହି ବୃଦ୍ଧ ଘର ମାଲିକ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମନରେ ବିଶ୍ବାସ ସୃଷ୍ଟି କରିଥିଲେ । ଏଥିସହ ଲକ୍ଷ୍ମୀକାନ୍ତଙ୍କ ସମସ୍ତ ଆସବାବ ପତ୍ର ଓ ମୋବାଇଲ ଫୋନ୍ ମଧ୍ୟ ବ୍ୟବହାର କରି ଆସୁଥିଲେ ।

ଏହା ମଧ୍ୟ ପଢନ୍ତୁ - ମାତିଲେ ଲୁଟେରା, ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ

ତେବେ ଲକ୍ଷ୍ମୀକାନ୍ତଙ୍କ ବୃଦ୍ଧାବସ୍ଥାର ଫାଇଦା ଉଠାଇ ରେଖା ଅତି ଚତୁରତାର ସହ ଲକ୍ଷ୍ମୀକାନ୍ତଙ୍କର 3ଟି ବ୍ୟାଙ୍କରେ ଗଚ୍ଛିତ ଥିବା 13 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବିଭିନ୍ନ ଉପାୟରେ ଉଠାଇ ନେଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇ ଏ ସମ୍ପର୍କରେ ବୃଦ୍ଧ ଜାଣିବା ପରେ ରେଖାଙ୍କୁ ପଚରାଉଚରା କରିଥିଲେ । ହେଲେ ଏନେଇ ଥାନାରେ ଅଭିଯୋଗ ନକରିବା ପାଇଁ ରେଖାଙ୍କ କେତେକ ସହଯୋଗୀ ତାଙ୍କୁ ଫୋନ ମାଧ୍ୟମରେ ଧମକ ଦେଇଥିବା ନେଇ ଲକ୍ଷ୍ମୀକାନ୍ତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ କ୍ରମେ ପୋଲିସ ଏକ ଠକେଇ ମାମଲା ରୁଜୁ କରିବା ସହ ମୁଖ୍ୟ ଅଭିଯୁକ୍ତା ଗୃହ ସେବିକା ରେଖା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.