ମାତିଲେ ଲୁଟେରା, ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ

By ETV Bharat Odisha Team

Published : Sep 24, 2023, 6:21 PM IST

thumbnail

ସମ୍ବଲପୁର: ବନ୍ଧୁକ ମୁନରେ ସୁନା ଦୋକାନରୁ ଲୁଟ୍‌ । 3 ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସିଲେ ଆଉ ବନ୍ଧୁକ ଦେଖାଇ ଲୁଟିନେଲେ ପ୍ରାୟ 300 ଗ୍ରାମ ସୁନା ଗହଣା । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ସମ୍ବଲପୁରରେ ଦିନ ଦ୍ବିପହରେ ଆତଙ୍କରାଜ ଖେଳାଇଛନ୍ତି ଲୁଟେରା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । 

ସୂଚନା ଯୋଗ୍ୟ, ସହରର ସଦର ଥାନା ଅନ୍ତର୍ଗତ ମାନେଶ୍ଵର ଠାରେ ଥିବା ମାନ୍ଧାତା ବାବା ଗହଣା ଦୋକାନରେ ଲୁଟ ହୋଇଛି । ଆଜି ପୂର୍ବାହ୍ନ ପ୍ରାୟ 11 ଟା ସମୟରେ 2ଟି ବାଇକରେ 3ଜଣ ମୁଖା ପିନ୍ଧା ଯୁବକ ଆସି ଗହଣା ଦୋକାନର କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ପ୍ରାୟ 300 ଗ୍ରାମ ସୁନା ଗହଣା ଲୁଟି ନେଇଥିଲେ । ଯାହର ମୂଲ୍ୟ ପ୍ରାୟ 20ଲକ୍ଷ ହୋଇଥିବା ଜଣାପଡିଛି । 

ଘଟଣା ଘଟଣା ସ୍ଥଳରେ ସମ୍ବଲପୁର ସଦର SDPO ପ୍ରଦୀପ କୁମାର ସାହୁଙ୍କ ସହ ସଦର, ଧନୁପାଲି ଓ ଅଇଁଠାପାଲି ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁର ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି  । ଲୁଟେରା ମାନଙ୍କୁ ଧରିବା ପାଇଁ ଜିଲ୍ଲା ବାହାରକୁ ଯାଉଥିବା ରାସ୍ତା ଗୁଡ଼ିକରେ ବ୍ଲକିଙ୍ଗ ଓ ଚେକିଂ କରାଯାଉଛି l ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରିଥିବା ସୂଚନା ମିଳିଛି l

ଏହା ମଧ୍ୟ ପଢନ୍ତୁ....ସମ୍ବଲପୁର-ଜମ୍ମୁତବୀ ଟ୍ରେନରେ ବଡ ଧରଣର ଲୁଟ; ଯାତ୍ରୀଙ୍କୁ ନିସ୍ତୁକ ପିଟିଲେ ଦୁର୍ବୃତ୍ତ


ଇଟିଭି ଭାରତ,ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.