ETV Bharat / bharat

ସମ୍ବଲପୁର-ଜମ୍ମୁତବୀ ଟ୍ରେନରେ ବଡ ଧରଣର ଲୁଟ; ଯାତ୍ରୀଙ୍କୁ ନିସ୍ତୁକ ପିଟିଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Sep 24, 2023, 11:30 AM IST

Updated : Sep 24, 2023, 1:15 PM IST

ସମ୍ବଲପୁରରୁ ଜମ୍ମୁତବୀ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ବଡଧରଣର ଲୁଟପାଟ । ଯାତ୍ରୀଙ୍କ ଉପରେ ଫାୟାରିଂ କରିବା ସହ ନିସ୍ତୁକ ମାଡ଼ ମାରିଲେ ଲୁଟେରା । ଅଧିକ ପଢ଼ନ୍ତୁ

ସମ୍ବଲପୁର-ଜମ୍ମୁତବୀ ଟ୍ରେନରେ ଲୁଟ
ସମ୍ବଲପୁର-ଜମ୍ମୁତବୀ ଟ୍ରେନରେ ଲୁଟ

ସମ୍ବଲପୁର-ଜମ୍ମୁତବୀ ଟ୍ରେନରେ ଲୁଟ

ରାଞ୍ଚି: ଟ୍ରେନ୍‌ରେ ବଡ଼ ଧରଣର ଡକାୟତି । ଗତକାଲି(ଶନିବାର) ରାତିରେ ସମ୍ବଲପୁରରୁ ଜମ୍ମୁତବୀ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ସଶସ୍ତ୍ର ଡକାୟତି ହୋଇଛି । ୬ରୁ ଅଧିକ ଦୁର୍ବୃତ୍ତ ବନ୍ଧୁକ ଓ ମାରଣାସ୍ତ୍ର ସହ ଟ୍ରେନରେ ପଶି ଯାତ୍ରୀଙ୍କଠାରୁ ଲୁଟପାଟ କରିଛନ୍ତି । ଟ୍ରେନ୍‌ର ସ୍ଲିପର ବଗି-୯ରେ ଲୁଟ୍‌ପାଟ୍‌ ହୋଇଛି । ଏହି ସମୟରେ ଅପରାଧୀମାନେ ୮ରୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ । ଏପରିକି ଯାତ୍ରୀମାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ଜଣାପଡ଼ିଛି । ମାରପିଟ୍‌ରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଝାଡ଼ଖଣ୍ଡ ଲାତେହାର-ଡାଲଟନଗଞ୍ଜ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଛି ।

ଏହି ଲୁଟ୍‌ପାଟ୍‌ ପରେ ଟ୍ରେନ୍‌ ଡାଲଟନଗଞ୍ଜ ଷ୍ଟେସନରେ ପହଞ୍ଚିବା କ୍ଷଣି ଯାତ୍ରୀମାନେ ହଙ୍ଗମା କରିଥିଲେ । ବିଳମ୍ବିତ ରାତି ଯାଏଁ ହୋହଲ୍ଲା ପାଟିତୁଣ୍ଡ ହୋଇଥିଲା । ଉତ୍ୟକ୍ତ ଲୋକେ ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ । ଯେଉଁଥିପାଇଁ ଷ୍ଟେସନରେ ପ୍ରାୟ ଦେଢ଼ ଘଣ୍ଟା ଧରି ସମ୍ବଲପୁର-ଜମ୍ମୁତବୀ ଏକ୍ସପ୍ରେସ ଅଟକି ରହିଥିଲା । ସୂଚନା ପାଇ ପଲାମୁ ସଦର ଏସଡିଏମ ରାଜେଶ ଶାହା, ଆରପିଏଫ ଓ ଜିଆରପି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ ।

ଯାହା ସୂଚନା ମିଳିଛି, ସମ୍ବଲପୁରରୁ ଜମ୍ମୁତବୀ ଯାଉଥିବା ଏକ୍ସପ୍ରେସ ଲାତେହାର ଷ୍ଟେସନ ଛାଡିବା ମାତ୍ରକେ ଅଧା ଡର୍ଜନରୁ ଅଧିକ ଦୁର୍ବୃତ୍ତ S-9 ବଗିରେ ପଶି ଲୁଟପାଟ ମଚାଇଥିଲେ । ସମସ୍ତେ ହାତରେ ବନ୍ଧୁକ, ମାରଣାସ୍ତ୍ର ଧରିଥିଲେ । ଲୁଟ ସମୟରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳି ଚାଳନା କରିବା ସହ ଯାତ୍ରୀଙ୍କୁ ମାରପିଟ୍ କରିଥିଲେ । ୩୫ରୁ ୪୦ ମିନିଟ୍ ଧରି ବଗି ଭିତରେ ଲୁଟପାଟ ଘଟାଇଥିଲେ । ବରବାଡିହ ଷ୍ଟେସନରେ ଟ୍ରେନ ଅଟକିବା କ୍ଷଣି ସମସ୍ତେ ଫେରାର୍ ହୋଇଯାଇଥିଲେ । ଦୁର୍ବତ୍ତମାନେ ପୁରା ବଗିକୁ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଲେ ଶହଶହ ଯାତ୍ରୀ, ଦେବଦୂତ୍ତ ସାଜିଲେ ନାବାଳକ

ରେଲୱେର ଜଣେ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି । ମାମଲା ସଂକ୍ରାନ୍ତରେ ଆରପିଏଫ ଓ ଜିଆରପିର ବରିଷ୍ଠ ଅଧିକାରୀଙ୍କୁ ସୂଚୀତ କରାଯାଇଛି । ତେବେ ୨୦୧୬-୧୭ ମସିହା ପରଠୁ ପ୍ରଥମ ଥର ଲାତେହର ଓ ଡାଲଟନଗଞ୍ଜ ଷ୍ଟେସନ ମଝିରେ ଟ୍ରେନରେ ଲୁଟପାଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 24, 2023, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.