କଳାହାଣ୍ଡିରେ ଗର୍ଜିଲା ବିଜେପି, ଜିଲ୍ଲାର ୧୩ଟି ବ୍ଲକରେ ଘେରିଲା ଦଳ

By ETV Bharat Odisha Team

Published : Nov 20, 2023, 10:32 PM IST

thumbnail

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଆନ୍ଦୋଳନ । ଆବାସ ବଣ୍ଟନରେ ରାଜ୍ୟ ସରକାର ଘୋଟାଲା କରୁଥିବା ଓ ବିଭିନ୍ନ ଯୋଜନାରୁ ଲୋକେ ବଞ୍ଚିତ ରହିଥିବା ଅଭିଯୋଗରେ ଜିଲ୍ଲା ତମାମ ଆନ୍ଦୋଳନ କରିଛି ଦଳ । ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ସହ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର ହେବ ବୋଲି ଚେତାବନୀ ଦେଇଛି ବିଜେପି । 

ରାଜ୍ୟ ବିଜେପିର ଆହ୍ୱାନକ୍ରମେ ଆଜି କଳାହାଣ୍ଡି ଜିଲ୍ଲାରେ ବିଜେପିର ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହା ପରିପ୍ରେକ୍ଷୀରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ଭବାନୀପାଟଣା ସହରର ମାଣିକେଶ୍ୱରୀ ଛକରୁ ଏକ ବିଶାଳ ଶୋଭାାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା । ଏହା ପରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ । ପୁଣି ସେଠାରୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି ।

 ଏହା ମଧ୍ୟ ପଢନ୍ତୁ.....ପୁରୀରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରି ରାଜ୍ୟ ସରକାର ଦୁର୍ନୀତି କରୁଥିବା ଅଭିଯୋଗ କରିଥିଲା ଦଳ । ଯେଉଁଥିରେ ଜିଲ୍ଲାର ସମସ୍ତ ୧୩ଟି ବ୍ଲକରେ ହଜାର ହଜାର ବିଜେପି କର୍ମୀ ବିରାଟ ଶୋଭାଯାତ୍ରା ସହ ବ୍ଲକ ଓ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଆଇନ ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ କରିଛି ଦଳ  । 
 

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.