UPSC Result Out: 248 ରାଙ୍କରେ ଭଦ୍ରକ ଝିଅ ଶୁଭାଙ୍ଗି ଖୁଣ୍ଟିଆ, ବାପା ଚଲାଉଛନ୍ତି ସାଇବର କାଫେ

By

Published : May 23, 2023, 4:59 PM IST

Updated : May 23, 2023, 5:12 PM IST

thumbnail

ଭଦ୍ରକ: ପ୍ରକାଶ ପାଇଛି UPSC ସିଭିଲ ସର୍ଭିସ ପରୀକ୍ଷା ଫଳ ୨୦୨୨ । ଏଥିରେ ସର୍ବଭାରତୀୟ ସ୍ତରରେ ଈଶିତା କିଶୋର ଟପ୍ପର ହୋଇଥିବା ବେଳେ ଅନେକ ଓଡ଼ିଆ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହି କୃତି ଛାତ୍ରୀଙ୍କ ମଧ୍ୟରେ ରହିଛନ୍ତି ଭଦ୍ରକ ଝିଅ ଶୁଭାଙ୍ଗି ଖୁଣ୍ଟିଆ । ଯିଏକି ୨୪୮ ରାଙ୍କରେ ରହିଛନ୍ତି । ସତ୍ୟ ନାରାୟଣ ଖୁଣ୍ଟିଆଙ୍କ ଝିଅ ଶୁଭାଙ୍ଗି ଖୁଣ୍ଟିଆ ଆଜି IAS ହୋଇପାରିଛନ୍ତି । ସେ ଗତ ୨୦୨୨ ମସିହାରେ OAS ପାଇ ଆଡମିନିଷ୍ଟ୍ରେଟିଭ ଅଫିସର ଭାବେ କାର୍ଯ୍ୟରତ ମଧ୍ୟ ଥିଲେ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବଙ୍କସାହିରେ ତାଙ୍କ ଘର ହୋଇଥିବା ବେଳେ ସେ ଆଜି ସାରା ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି ।   

ସେ ନିଜ ସଫଳତାର ଶ୍ରେୟ ପରିବାରକୁ ଦେଇଛନ୍ତି । ତାଙ୍କ ପିତାମାତାଙ୍କ ସହିତ ବଡ଼ ଭାଇ ତାଙ୍କୁ ବହୁତ ସପୋର୍ଟ କରିଥିଲେ ବୋଲି ସେ କହିଛନ୍ତି । ସେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ୨୦୨୨ ପରୀକ୍ଷାରେ ମୋଟ ୯୩୩ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେପଟେ ଭଦ୍ରକ ଝିଅ ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆ କୃତକାର୍ଯ୍ୟ ନେଇ ଖବର ପାଇବା ପରେ ସାରା ପରିବାର ମଧ୍ୟରେ ଖୁସିର ମହୋଲ ଖେଳିଯାଇଛି । ଶୁଭାଙ୍ଗିଙ୍କ ବାପା ଏକ ସାଇବର କାଫେ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଶୁଭାଙ୍ଗି ଖୁଣ୍ଟିଆ ପୂର୍ବରୁ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ୯୭ ରାଙ୍କ ରଖି ଆଡମିନିଷ୍ଟ୍ରେଟିଭ ଅଫିସର ଭାବେ ଟ୍ରେନିଂରେ ଥିବା ବେଳେ ସର୍ବ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ ।   

ଏହା ବି ପଢନ୍ତୁ-  UPSC Result Out: ଟପ-3ରେ ମହିଳା, 67 ରାଙ୍କରେ ଓଡିଆ ଝିଅ କସ୍ତୁରୀ ପଣ୍ଡା

ତେଣୁ ଚଳିତ ବର୍ଷ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ପରୀକ୍ଷା ଦେଇଥିଲେ । ଯାହାର ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇଛି। ଏ ବାବଦରେ ସୁଶ୍ରୀ ଶୁଭାଙ୍ଗି ଖୁଣ୍ଟିଆ କହିଛନ୍ତି, "ଅପରାହ୍ନରେ ସାଙ୍ଗଠୁ ଆଇଏଏସରେ ୨୪୮ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛି ବୋଲି ଫୋନ କଲ ପାଇଥିଲି। କିନ୍ତୁ ବିଶ୍ବାସ କରିପାରିନଥିଲି। ଆଉ ଥରେ ପରୀକ୍ଷା ଫଳକୁ ସଠିକ୍ ଭାବେ ଦେଖିବା ପରେ ଜାଣିଥିଲି ଯେ ସତରେ ମୁଁ ଆଇଏଏସ ପାଇଛି । ପରେ ସଙ୍ଗେ ସଙ୍ଗେ ପରିବାରକୁ ଜଣାଇଥିଲି। ସବୁ ଜାଣିବା ପରେ ଖୁସି ମାହୋଲ ଖେଳିଯାଇଛି । ଏ ସଫଳତାର ଶ୍ରେୟ ପୁରା ପରିବାରକୁ ଦେବାକୁ ଚାହୁଁଛି। କାରଣ ଯେତେବେଳେ ଭାଙ୍ଗି ପଡେ ସେତେବେଳେ ବାପା, ମାଆ ଏବଂ ଭାଇ ଉତ୍ସାହିତ କରନ୍ତି ।" ତା' ଛଡା ଭଗବାନଙ୍କ ଇଚ୍ଛା ବିନା କୌଣସି ସଫଳତା ମିଳି ପାରେ ନାହିଁ ବୋଲି କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : May 23, 2023, 5:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.