ବିଜୟ ଦଶମୀରେ ସିନ୍ଦୁର ଖେଳି ମା’ଙ୍କ ପୂଜାର୍ଚ୍ଚନା କଲେ ବଙ୍ଗୀୟ ମହିଳା

By ETV Bharat Odisha Team

Published : Oct 24, 2023, 8:32 PM IST

thumbnail

ଭୁବନେଶ୍ବର: ବିଜୟା ଦଶମୀରେ ସିନ୍ଦୁର ଖେଳି ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି ବଙ୍ଗୀୟ ମହିଳା । କାଳୀବାରି ସମିତି ପକ୍ଷରୁ ଅଶୋକ ନଗରରେ ବଙ୍ଗୀୟ ମହିଳାମାନଙ୍କ ଦ୍ୱାରା ଏହି ସିନ୍ଦୂର 
ଖେଳ ଆୟୋଜିତ ହୋଇଛି । ପ୍ରଥମେ ମା’ ଙ୍କୁ ସିନ୍ଦୁର ପିନ୍ଧାଇ ପୂଜା କରିବା ପରେ ନିଜ ନିଜ ମଧ୍ୟରେ ସିନ୍ଦୂର ଖେଳିଥିଲେ ମହିଳାମାନେ । ମା’ ପରିବାର ସଦସ୍ୟ ପରି ପାଞ୍ଚଦିନ ଧରି ପୂଜା ପାଉଥିବା ବେଳେ ଆଜି ପାର୍ବଣର ଶେଷ ଦିବସ ବା ବିଜୟା ଦଶମୀରେ ବଙ୍ଗୀୟ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଛି ସିନ୍ଦୂର ଖେଳ । ଢାକ ବାଜା ଓ ଧୂପ ଦୀପର ବନ୍ଦାପନା ସହ ମା’ଙ୍କୁ ପୂଜା କରି ତାଙ୍କର କୃପା ଲାଭ କରିଛନ୍ତି । ଏହି ପାରମ୍ପରିକ ପୂଜାରେ କେବଳ ବଙ୍ଗୀୟ ମହିଳା ନୁହନ୍ତି ବରଂ ବହୁ ଓଡ଼ିଆ ମହିଳା ବି ସାମିଲ ହୋଇ ସିନ୍ଦୂର ଖେଳ ଖେଳିଥିଲେ । ଏହି ମହିଳା ଶ୍ରଦ୍ଧାଳୁମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ....

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.