ବନଦୁର୍ଗା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ, ଭାବବିହ୍ବଳ ହେଲେ ଭକ୍ତ

By ETV Bharat Odisha Team

Published : Oct 18, 2023, 7:18 PM IST

thumbnail

କଟକ: ବିଭିନ୍ନ ଶକ୍ତି ପୀଠରେ ଗୁଡିକରେ ଆରମ୍ଭ ହୋଇଛି ଷୋଡ଼ଶ ଦିନାତ୍ମକ ବେଶ । କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ବନଦୁର୍ଗା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ପହଡ଼ ଫିଟିବା ମାତ୍ରେ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇ ପଡ଼ିଥିଲେ। ଦର୍ଶନ ପାଇଁ ମା' କଟକ ଚଣ୍ଡୀଙ୍କ ପୀଠରେ ଆଜି ଭକ୍ତମାଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ହୋମ ଯଜ୍ଞ ସହ ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା'ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଛନ୍ତି ।
 

ଏହା ବି ପଢନ୍ତୁ...ସାମାଜିକ ଓ ଆଧ୍ୟାତ୍ମିକତାର ବାର୍ତ୍ତା ବାଣ୍ଟିବ ପୂଜା ପେଣ୍ଡାଲ


କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି । ଧୂପ ଦୀପ ଆଳତିରେ ପ୍ରକମ୍ପିତ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିର । ନବରାତ୍ର ପୂଜା ଚାଲୁ ଥିବାରୁ କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କୁ ଏକ ଭିନ୍ନ ବେଶରେ ଦେଖିବାକୁ ପାଉଛନ୍ତି ଭକ୍ତ । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ମା'ଙ୍କ ଦର୍ଶନ କରିଛନ୍ତି । ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇ ବିସର୍ଜନ ପର୍ଯ୍ୟନ୍ତ ମା'ଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ଶେଷ ଦିନରେ ମାଆ ମହିଷା ମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.