ସାମାଜିକ ଓ ଆଧ୍ୟାତ୍ମିକତାର ବାର୍ତ୍ତା ବାଣ୍ଟିବ ପୂଜା ପେଣ୍ଡାଲ

By ETV Bharat Odisha Team

Published : Oct 17, 2023, 10:19 PM IST

thumbnail

କୋରାପୁଟ: କୋରାପୁଟ ପୋଲିସ ପଡ଼ିଆ ଓ ମଣ୍ଡଳ କାରାଗାରଠାରେ ଅନୁଷ୍ଠିତ ହେଉଥିବା ଦଶହରା ଉତ୍ସବ ପ୍ରତିବର୍ଷ ଭକ୍ତଙ୍କ ମଧ୍ୟରେ ବିଭିନ୍ନ ସାମାଜିକ ସଚେତନତାର ବାର୍ତ୍ତା ପ୍ରସାର କରିଆସିଛି । ଅନେକ ସମୟରେ ଏହି ବାର୍ତ୍ତା ମାଧ୍ୟମରେ ପୋଲିସ ସହ ସାଧାରଣ ଲୋକଙ୍କ ସମ୍ପର୍କ ସୁଦୃଢ କରିବା ପାଇଁ ପ୍ରୟାସ କରାଯାଉଥିବା କୋରାପୁଟ ଜିଲ୍ଲାର ବିଶିଷ୍ଟ ଶିଳ୍ପୀ ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ କାର୍ତ୍ତିକ ରାଉଳ ଜଣାଇଛନ୍ତି । କାର୍ତ୍ତିକ ପୋଲିସ ପଡିଆ ପୂଜା ପେଣ୍ଡାଲରେ ଦେବୀ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଗତ ୪୦ ବର୍ଷ ଧରି ରୂପ ଦେଉଛନ୍ତି । ସେହିଭଳି ମା'ଙ୍କ ଦର୍ଶନ କରିବା ସହ ସମସ୍ତ ଭକ୍ତଙ୍କ ମଧ୍ୟରେ ପ୍ରଦର୍ଶନୀ ଦେଖିବା ପାଇଁ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଥିବା ମଣ୍ଡଳ କାରାଗାର ଅଧିକ୍ଷକ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Durga Puja Special: ସତୀଙ୍କ ଦାନ୍ତରୁ ଦନ୍ତେଶ୍ବରୀ ପୀଠ, ଦଶହରାରେ ହୁଏ ମା’ଙ୍କ ରଥଯାତ୍ରା

ଚଳିତ ବର୍ଷ ମଣ୍ଡଳ କାରାଗାର ମଣ୍ଡପରେ ମା' ଦୁର୍ଗାଙ୍କ ୯ଟି ଅବତାର ଶୈଳପୁତ୍ରୀ, ବ୍ରାହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପ୍ରତିମୂର୍ତ୍ତି ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି ମଣ୍ଡଳ କାରାଗାର ଅଧିକ୍ଷକ ଜଣାଇଛନ୍ତି । ଏହି ସମସ୍ତ ପ୍ରତିମୂର୍ତ୍ତି ଓ ମା'ଙ୍କ ମୃଣ୍ମୟ ମୂର୍ତ୍ତି ଆଉ ଦୁଇଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ ବୋଲି ଶିଳ୍ପୀ ପଦ୍ମନାଭ ବେହେରା ଆଶାବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ପଡ଼ିଆ ମଣ୍ଡପରେ ପିଲାଙ୍କ ପାଇଁ ଶିକ୍ଷଣୀୟ କାର୍ଟୁନ ଚରିତ୍ରକୁ ମାଟିରେ ପ୍ରସ୍ତୁତ କରାଯାଉଥିବାବେଳେ କୋରାପୁଟ ଅଞ୍ଚଳର ଆଦିବାସୀ ଜନଜୀବନକୁ ମଧ୍ୟ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଉଥିବା ଶିଳ୍ପୀ କାର୍ତ୍ତିକ ରାଉଳ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.