ETV Bharat / state

Durga Puja Special: ସତୀଙ୍କ ଦାନ୍ତରୁ ଦନ୍ତେଶ୍ବରୀ ପୀଠ, ଦଶହରାରେ ହୁଏ ମା’ଙ୍କ ରଥଯାତ୍ରା

author img

By ETV Bharat Odisha Team

Published : Oct 17, 2023, 7:51 PM IST

Updated : Oct 17, 2023, 9:13 PM IST

ମା‘ଙ୍କ ଆଗମକୁ ନେଇ ଚଳଚଞ୍ଚଳ ଗାଁରୁ ସହର
ମା‘ଙ୍କ ଆଗମକୁ ନେଇ ଚଳଚଞ୍ଚଳ ଗାଁରୁ ସହର

ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଦେଶର ଅନ୍ୟତମ ଶକ୍ତିପୀଠ ଦନ୍ତବେଡା ଅଞ୍ଚଳର ଦନ୍ତେଶ୍ବରୀ ପୀଠରେ ଧୁମଧାମରେ ପାଳନ ହେଉଛି ଷୋଡଶ ଉପଚାର ସହ ନବରାତ୍ର । ଅଧିକ ପଢନ୍ତୁ

ମା‘ଙ୍କ ଆଗମକୁ ନେଇ ଚଳଚଞ୍ଚଳ ଗାଁରୁ ସହର

ମାଲକାନଗିରି: ଧରାବତାରଣ କରିବେ ଦଶଭୂଜା ମା’ ଦୁର୍ଗା । ମା’ଙ୍କ ଆଗମକୁ ନେଇ ଚଳଚଞ୍ଚଳ ଗାଁରୁ ସହର । ବିଭିନ୍ନ ମନ୍ଦିର, ମଣ୍ଡପ ଓ ଶକ୍ତିପୀଠରେ ଚାଲିଛି ମା’ ଦଶଭୂଜାଙ୍କ ଷୋଡଶ ଉପଚାର ସହ ନବରାତ୍ର ପୂଜା । ଏହା ଭିତର ଦେଶର ଅନ୍ୟତମ ଶକ୍ତିପୀଠ ମାଲକାନଗିରି ସୀମାବର୍ତ୍ତି ଛତିଗଡରର ଦନ୍ତବେଡା ଅଞ୍ଚଳର ଦନ୍ତେଶ୍ବରୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି ।

ଦନ୍ତେଶ୍ବରୀ ମନ୍ଦିରର କିମ୍ବଦନ୍ତୀ: ଶାରଦୀୟ ଦୁର୍ଗା ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ଧରାପୃଷ୍ଠ । ଅନ୍ୟତମ ଶକ୍ତିପୀଠ ହେଉଛି ମାଲକାନଗିରି ତଥା ଛତିଶଗଡର ସୀମାବର୍ତ୍ତିରେ ଅବସ୍ଥିତ ଦନ୍ତବେଡା ଜିଲ୍ଲାର ଅଧିଷ୍ଠାତ୍ରୀ ଦନ୍ତେଶ୍ବରୀ ପୀଠ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମା‘ ସତୀଙ୍କ ଶରୀର ବିଭିନ୍ନ ଅଙ୍ଗ ଯେଉଁ ସ୍ଥାନଗୁଡିକରେ ପଡିଥିଲା ସେହି ଗୁଡିକ ଏକଏକ ଶକ୍ତୀପୀଠ ରୂପେ ପରିଚିତ । ସେହିଭଳି ଏହି ସ୍ଥାନରେ ମା’ ସତୀଙ୍କର ଦାନ୍ତର ଅଂଶ ପଡିଥିବାରୁ ଏଠାରେ ମାଆ ସତୀ ଦନ୍ତେଶ୍ବରୀଙ୍କ ନାମରେ ପୂଜା ପାଉଛନ୍ତି ।

ଅନ୍ୟପଟେ ଲୋକକଥା ଅନୁଯାୟୀ ତତ୍କାଳୀନ ବସ୍ତର ମହାରାଜ ପ୍ରବିର୍ ସିଂହ ଭଞ୍ଜଦେବ ନିଜ ରାଜ ଉଆସରେ ଗଡଦେବୀ ରୂପେ ଦଣ୍ଡକାରଣ୍ୟର ରାଜା ଦଣ୍ଡକ୍ୟଙ୍କ ଇଷ୍ଟଦେବୀ ମା’ ଦନ୍ତେଶ୍ବରୀଙ୍କୁ ଉପାସନା ଓ ସାଧନା କରିଥିଲେ । ଏହି ଉପାସନାରେ ଖୁସି ହୋଇ ମା’ ତାଙ୍କ ସହ ବସ୍ତର ରାଜଧାନୀ ଜଗଦଲପୁରକୁ ଅସିବା ସମୟରେ ଡାଙ୍କିନି ଓ ଶାଙ୍କିନି ଦୁଇ ନଦୀ ସଂଯୋଗ କରୁଥିବା ମୁହାଣରେ ଅଟକି ଯାଇଥିଲେ । ସେହି ଦିନଠାରୁ ମା’ ମୁହାଣ କୂଳରେ ଦନ୍ତେଶ୍ବରୀ ରୂପେ ପୁଜା ପାଉଛନ୍ତି ।

ଶାଳିନତାପୂର୍ଣ୍ଣ ପୋଷାକ ବିଧେୟ: ମା’ ଦନ୍ତେଶ୍ବରୀଙ୍କ ଶକ୍ତୀ ପୀଠଟି ଓଡିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର ସୀମାରେ ଥିବାରୁ ଏଠାକୁ ତିନଟି ରାଜ୍ୟର ଶତାଧିକ ଶ୍ରଦ୍ଧାଳୁ ଧାଇଁ ଆସନ୍ତି । ମାନସିକଧାରୀମାନେ ଶହଶହ କିଲୋମିଟର ଚାଲିଚାଲି ଯାଇ ମା’ଙ୍କ ଦର୍ଶନ କରି ନିଜର ମନୋସ୍କାମନା ପୂରଣ ପାଇଁ ନଦିନ ଯାଏଁ ଅଖଣ୍ଡ ଦୀପ ପ୍ରଜ୍ଜଳନ କରିଥାନ୍ତି । ତେବେ ଭକ୍ତଙ୍କୁ ଶାଳିନତାପୂର୍ଣ୍ଣ ପୋଷକ ପରିଧାନ ପରେ ହିଁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିଥାଏ । ଜିନ୍ସ୍ ବଦଳରେ ଧୋତି ଓ ମହିଳାମାନେ ଶାଢି ଏବଂ ଚୁଡିଦାର ପିନ୍ଧି ମାଆଙ୍କୁ ଦର୍ଶନ କରିବାର ନିୟମ ରହିଛି ।


ଏହା ମଧ୍ୟ ପଢନ୍ତୁ... ଦୁର୍ଗାପୂଜାରେ ଝଲସିବ ବମିଖାଲ ମଣ୍ଡପ, ହସ୍ତିନାପୁର ରାଜପ୍ରସାଦରେ ପୂଜା ପାଇବେ ମା' ଦଶଭୂଜା

ମା’ଙ୍କ ପୂଜା କରନ୍ତି ଆଦିବାସୀ: ନବରାତ୍ରର ପଞ୍ଚମି ଦିନରେ ବସ୍ତର ରାଜା ମା’ଙ୍କ ଆଜ୍ଞାମାଳ, ଚନ୍ଦନ ରୂପି ଯନ୍ତ୍ର ସହ ଜଗଦଲପୁର ମନ୍ଦିରକୁ ଦଶହରା ଯାତ୍ରା କରିବାପାଇଁ ଅନୁମତି ନେଇ ଜଣାଇଥାନ୍ତି । ସେଠାରେ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ରଥକୁ ପୂଜାକରି ମାଆ ଦନ୍ତେଶ୍ବରୀଙ୍କ ଦଶହରା ରଥଯାତ୍ରାର ଅନୁଷ୍ଠିତ ହୋଇଥାଏ । ଏହି ରଥକୁ ଗୋଣ୍ଡିଆ ସମ୍ପ୍ରଦାୟର ଆଦିବାସୀମାନେ ମୁଣ୍ଡରେ ପଗଡି ବାନ୍ଧି ଟାଣି ଥାନ୍ତି । ମାଆ ଦନ୍ତେଶ୍ବରୀ ଆଦିବାସୀ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ଏହି ରଥଯାତ୍ରାର ଆଦିବାସୀମାନେଙ୍କ ପରମ୍ପରାରେ ରୀତିନୀତି କରାଯାଏ ।

ଇଟିଭି ଭାରତ, ମାଲକାନଗିରି

Last Updated :Oct 17, 2023, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.