Reverse Rotating Clock: ଓଲଟା ଚାଲୁଛି ଘଣ୍ଟା, ହେଲେ କହୁଛି ସଠିକ ସମୟ

By

Published : Jul 15, 2023, 6:27 PM IST

thumbnail

ଚଣ୍ଡିଗଡ଼: ସାଧାରଣତଃ ଘଣ୍ଟା କ୍ଲକୱାଇଜ ଚାଲିଥାଏ । ଏହାର କଣ୍ଟା ଡାହାଣ ପାର୍ଶ୍ବ ଦେଇ ବୃତ୍ତାକାର ଗତିରେ ଚାଲିଥାଏ । ଘଣ୍ଟା କଣ୍ଟାର ଅବସ୍ଥିତିରୁ ଆମେ କେତେ ସମୟ ହୋଇଛି ତାହା ଜାଣିପାରିଥାଉ । ହେଲେ ଏଠାରେ ଆଶ୍ଚର୍ଯ୍ୟର କଥା ହେଉଛି ଘଣ୍ଟା କଣ୍ଟା ସାଧାରଣ ଭାବେ ନ ଚାଲି ଓଲଟା ଚାଲୁଛି । ଏହି ଘଣ୍ଟାର କଣ୍ଟା ଆଣ୍ଟି-କ୍ଲକୱାଇଜ ଚାଲୁଥିବାବେଳେ କିନ୍ତୁ ସମୟ ସଠିକ କହୁଛି । ଏଭଳି ଏକ ଚମତ୍କାର ଘଣ୍ଟା ତିଆରି କରିଛନ୍ତି ପଞ୍ଜାବ ରାଜଧାନୀ ଚଣ୍ଡିଗଡ଼ର ଅଧିବାସୀ ବଲବିନ୍ଦର ସିଂ । ଏହି ଘଣ୍ଟା ତିଆରି କରିବା ଲାଗି ତାଙ୍କୁ 3ବର୍ଷ ସମୟ ଲାଗିଥିବା କୁହନ୍ତି । ଏ ନେଇ ସେ କହିଛନ୍ତି, " ମୋର ଜଣେ ବନ୍ଧୁ ରାଜସ୍ଥାନ ଯାଇଥିଲା । ସେଠାରେ ସେ ଠିକ ଏହିପରି ଏକ ଘଣ୍ଟା ଦେଖିଥିଲା । ଘଣ୍ଟାଟି ଓଲଟା ଚାଲୁଥିବା ବେଳେ ସଠିକ ସମୟ କହୁଥିଲା । ଏହାପରେ ମୁଁ ଘଣ୍ଟା ତିଆରିରେ ଲାଗିପଡ଼ିଥିଲି । ମୁଁ ପଞ୍ଜାବୀ ଡିଜାଇନର ଏହି ଘଣ୍ଟାଟି ତିଆରି କରିଛି। ଏହି ଘଣ୍ଟା ପାରମ୍ପରିକ ଜ୍ଞାନବୋଧକୁ ଚ୍ୟାଲେଞ୍ଜ ଦେବା ସହ ନୂଆ ଢଙ୍ଗରେ ଭାବିବା ଲାଗି ଲୋକଙ୍କୁ ପ୍ରେରଣା ଯୋଗାଇବ। "  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.