ଉତ୍ତର ବାଲେଶ୍ଵରରେ ବନ୍ୟା, ବାଲିଆପାଳ ବେଶୀ ପ୍ରଭାବିତ

By

Published : Aug 22, 2022, 1:02 PM IST

Updated : Feb 3, 2023, 8:27 PM IST

thumbnail

ବାଲେଶ୍ବର: ଜିଲ୍ଲାର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବାରୁ ବାଲିଆପାଳ, ଭୋଗରାଇ, ଜଳେଶ୍ବର ଓ ବସ୍ତା ଅଞ୍ଚଳ ପ୍ରଭାବିତ (flood situation in Balasore) ହୋଇଛି । ସବୁଠୁ ଅଧିକ ବାଲିଆପାଳର ବିଭିନ୍ନ ପଞ୍ଚାୟତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବାଲିଆପାଳ ବ୍ଲକର ୧୨ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ତଳିଆ ଅଞ୍ଚଳର ଲୋକେ ଯାତାୟତ ପାଇଁ ବୋଟ୍‌ ବ୍ୟବହାର କରୁଛନ୍ତି । ଜାମକୋଣ୍ଡା ପଞ୍ଚାୟତର ଲକପାଳ ଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସେଠାରେ ସରକାରୀ ସହାୟତା ପହଞ୍ଚିନଥିବା ଲୋକେ ଅଭିଯୋଗ କରିଛନ୍ତି । ଏମିତି କି ବନ୍ୟା ପାଣି ପାଇଁ ଲୋକେ ରୋଷେଇ କରି ପାରୁନଥିବା ବେଳେ ଭୋକ ଉପାସରେ ରହିଥିବା ଅଭିଯୋଗ ହୋଇଛି ।

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.