Amit Shah Visits Border Areas: ସାର କ୍ରିକ ବୋର୍ଡରେ ଗୃହମନ୍ତ୍ରୀ ଅମିତ ଶାହ

By

Published : Aug 12, 2023, 10:44 PM IST

thumbnail

ଗାନ୍ଧୀନଗର: ଗୁଜୁରାଟ କଚ୍ଛ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଗୁଜୁରାଟରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଶେଷ କାର୍ଯ୍ୟକ୍ରମ ଭାବେ ଅମିତ ଶାହ କଚ୍ଛ ଅନ୍ତର୍ଗତ ସାର କ୍ରିକ ବୋର୍ଡରରେ ପହଞ୍ଚିଥିଲେ । ଏଠାରେ ପ୍ରାୟ 257 କୋଟି ଖର୍ଚ୍ଚରେ ହେବାକୁ  ଥିବା  ‘ମୋରିଙ୍ଗ ପ୍ଲେସ’ର ଶିଳାନ୍ୟାସ କରିଥିଲେ । ଏହା ନିର୍ମାଣ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାର ସୃଷ୍ଟି ହେବ । ଏହାସହ ସୀମା ସୁରକ୍ଷା ପାଇଁ ବୋର୍ଡର ସିକ୍ୟୁରିଟି ଫୋର୍ସ(ବିଏସଏଫ)ର ଆଉଟ ପୋଷ୍ଟକୁ ନୂଆ ଶକ୍ତି ମିଳିବ । ଶାହ କହିଛନ୍ତି ଏହା ନିର୍ମାଣ ହୋଇଗଲେ ବିଏସଏଫକୁ ନୂଆ ଶକ୍ତି ମିଳିବ । ଏତତ ବ୍ୟତୀତ ଶାହ  କାଟେଶ୍ବରରେ ଏକାଧିକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଉଦଘାଟନ କରିଛନ୍ତି । ଗସ୍ତ ବେଳେ ଶାହ ବିଏସଏସ ଯବାନ ଅଧିକାରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।  ଦେଖନ୍ତୁ ଗୃହମନ୍ତ୍ରୀ  ଶାହଙ୍କ ସାର କ୍ରିକ ବୋର୍ଡର ଗସ୍ତ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.