PM MP Visit: ନିର୍ମାଣ ହେବ ସନ୍ଥ କବିର ଦାସ ମନ୍ଦିର, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

By

Published : Aug 12, 2023, 8:22 PM IST

thumbnail

ସାଗର/ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ସାଗର ଗସ୍ତରେ ଅଛନ୍ତି । ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବଡତୁମାରେ 100 କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ସନ୍ଥ ରବିଦାସ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ମୋଦି ଶିରୋମଣି ଗୁରୁଦେବ ରବିଦାସଙ୍କ ସ୍ମାରକ ସ୍ଥଳରେ ଭୂମିପୂଜା କରିଛନ୍ତି । ବଡତୁମାରେ 100 କୋଟି ବ୍ୟୟରେ 11.29 ଏକର ଜମିରେ ସନ୍ଥ ରବିଦାସ ମନ୍ଦିରର ସ୍ମାରକ ସହ କାନ୍ଥ ଗୁଡିକରେ ରବିଦାସଙ୍କ ଦୋହା ଓ ଶିକ୍ଷା ସ୍ଥାନ ପାଇବ । ପୁରା ପ୍ରକଳ୍ପ ନଗର ଶୈଳୀରେ ହେବ । ପ୍ରକଳ୍ପରେ ବିଭିନ୍ନ କଳାକୃତି ମଧ୍ୟ ନିର୍ମାଣ ହେବ । ଗତ  ଫେବୃୟାରୀରେ ଏହି ମନ୍ଦିର ନିର୍ମାଣ ପାଇଁ  ଘୋଷଣା ହୋଇଥିଲା । ଘୋଷଣାର 6 ମାସ ପରେ ଆଜି ପ୍ରଧାନମନ୍ତ୍ରୀ ଏହାର ଆଧାର ଶିଳା ରଖିଛନ୍ତି । ସନ୍ଥ ରବିଦାସଙ୍କ ମନ୍ଦିର ନିର୍ମାଣ ପାଇଁ ଦେଶର 53 ହଜାର ଗାଁରୁ ମାଟି ସଂଗ୍ରହ ସହ 350 ନଦୀରୁ ଜଳ ସଂଗ୍ରହ ହୋଇଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.