କଟକ ପୂଜା ମଣ୍ଡପ ବୁଲିଲେ କୃଷି ମନ୍ତ୍ରୀ, କହିଲେ ମୋ ମାଟି ପାଇଁ ମୁଁ ସର୍ବଦା ଗର୍ବିତ

By ETV Bharat Odisha Team

Published : Oct 24, 2023, 8:15 PM IST

thumbnail

କଟକ: ଆଜି ମା' ଜଗତ ଜନନୀ ଦୁର୍ଗାଙ୍କ ଦଶମୀ ଅର୍ଥାତ୍ ଦଶହରା । ଚାରି ଆଡ଼େ ଉତ୍ସବର ମାହୋଲ । ଏହି ପରିପ୍ରେକ୍ଷାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକ ଧୁମଧାମରେ ପାଳିତ ହୋଇଛି ମା'ଦୁର୍ଗାଙ୍କ ପୂଜା । କଟକର ୧୭୦ରୁ ଅଧିକ ପୂଜା ମଣ୍ଡପରେ ଚାଲିଛି ମା'ଙ୍କ ଆରଧନା । ହଜାର ହଜାର ଲୋକ ପ୍ରତିଦିନ ବିଭିନ୍ନ ବୁଲି ମା'ଙ୍କ ଦର୍ଶନ କରୁଛନ୍ତି। ତେବେ ଏହାରି ମଧ୍ୟରେ ଆଜି ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସବୁ ମଣ୍ଡପ ବୁଲି ମା' ଜଗତ ଜନନୀଙ୍କ ଦର୍ଶନ କରିଛନ୍ତି ।

ମା'ଙ୍କ ଦର୍ଶନ ପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, କଟକିଆ ହିସାବରେ ଛାତ୍ର ଜୀବନରେ ଦୁର୍ଗା ପୂଜାକୁ କିପରି ଆହୁରି ସୁନ୍ଦର କରାଯିବ ସେନେଇ ପ୍ରଚେଷ୍ଟା କରୁଥିଲୁ । ଏହି ଭୂମି ରୁ ମୋର ରାଜନୈତିକ ଜୀବନ ଆରମ୍ଭ ହୋଇଛି । ଆଜି ବି ଯେଉଁଟି ଥାଏ କିନ୍ତୁ ମୋ ମାଟି କଟକ ପାଇଁ ସର୍ବଦା ମୁଁ ଗର୍ବିତ । ଏହାସହ କଟକରେ ଦୁର୍ଗା ପୂଜା ବୁଲିବାର ମଜା ନିଆରା । ତେଣୁ କଟକ ରେ ଆଜି ଦଶମୀରେ ମା'ଙ୍କୁ ଭେଟି ମୋର ଭକ୍ତି ଜଣାଇବା ସହ ଏହ ଭାଇଚାରା ସର୍ବଦା ବଜାୟ ରହୁ ବୋଲି ମା'ଙ୍କ ନିକଟରେ ଜଣାଇଛି ବୋଲି ସେ କହିଛନ୍ତି। ସୂଚନା ଥାଉ କି, ଗତକାଲି ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଜେପି ରାଜ୍ୟ ମୁଖ୍ୟ ମନମୋହନ ସାମଲ କଟକ ଗସ୍ତ କରି ସମସ୍ତ ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କରିଥିଲେ । 
 

ଏହା ମଧ୍ୟ ପଢନ୍ତୁ: ଆଲୋକମାଳାରେ ଝଲସୁଛି ସିଲଭର ସିଟି

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.