ଆଲୋକମାଳାରେ ଝଲସୁଛି ସିଲଭର ସିଟି

By ETV Bharat Odisha Team

Published : Oct 24, 2023, 8:24 AM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ ସଜେଇ ହୋଇଛି ସିଲଭର ସିଟି କଟକ । ଝିକମିକ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ବାଉନ ବଜାର ତେପନ ଗଳି ।  ମାଆ ଜଗତଜନନୀଙ୍କ ପୂଜା କଟକରେ ଜାରି ରହିଥିଲା ବେଳେ ପ୍ରଥମ ଦିନରୁ କଟକରେ ଝଟକୁଛି ବିଭିନ୍ନ ଆଲୋକ ମାଳା । ରାତି ଦିନ ଏକା ପ୍ରକାର ଦେଖାଯାଉଛି ।  ମାଆଙ୍କ ଦର୍ଶନ ସହିତ ଏହି ଆକର୍ଷଣୀୟ ଆଲୋକମାଳାର ମଜା ଉଠାଇବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । 

ଏହାମଧ୍ୟ ପଢନ୍ତୁ..ଦୁର୍ଗାଙ୍କ ପୂଜାରେ କ୍ରିକେଟର ଫ୍ୟୁଜନ, ପେଣ୍ଡାଲରେ ଷ୍ଟାଡିୟମର ଝଲକ

ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ତେବେ ସିଦ୍ଧିଗୌରୀଙ୍କ ଦର୍ଶନ ନିମନ୍ତେ କଟକ ସମେତ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଛି । ଝିକମିକ ଆଲୁଅର ମଜା ଉଠାଇବା ସହ ସ୍ୱାଦିଷ୍ଟ ଖାଦ୍ୟର ଆନନ୍ଦ ଉଠାଇଛନ୍ତି ଲୋକେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.