ମାଆ କୋଳରୁ ପିଲାଙ୍କୁ ନେଇ ସ୍ନେହ କଲେ କୃଷି ମନ୍ତ୍ରୀ, ଭିଡିଓ ଭାଇରାଲ

By

Published : Jan 9, 2023, 12:23 PM IST

Updated : Feb 3, 2023, 8:38 PM IST

thumbnail

ମାଲକାନଗିରି: ମାଆ କୋଳରୁ କୁନି ପିଲାଙ୍କୁ ନେଇ ଶ୍ରଦ୍ଧା କଲେ କୃଷିମନ୍ତ୍ରୀ । ଲୋକଙ୍କ ନିକଟତର ହେବା ନେଇ ନେତା ମନ୍ତ୍ରୀ ବିଭିନ୍ନ ପନ୍ଥା ଆପଣେଉଥିବା ନଜରରେ ରହିଛି । ଠିକ ସେହିଭଳି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ( agriculture minister ranendra pratap swain) । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳ ଜନ୍ତାପାଇ ଗ୍ରାମରେ ଘର ଦୁଆରେ ପୁଷ୍ଟି କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ । ସେଠାରେ ମାଆଙ୍କ କୋଳରୁ ପିଲାଙ୍କୁ ଗେହ୍ଲା କରିଛନ୍ତି କୃଷିମନ୍ତ୍ରୀ । ପିଲାଙ୍କୁ ନିଜେ କୋଳକୁ ନେବା ସହ ଚୁମ୍ବନ ଦେଇଛନ୍ତି କୃଷିମନ୍ତ୍ରୀ ଯାହା କ୍ୟାମେରାରେ କଏଦ ହୋଇଛି ।

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.