ସରକାରଙ୍କ ଉପରେ ବର୍ଷିଲେ ମେହବୁବା, କହିଲେ ଜନତାଙ୍କ ସ୍ବରକୁ ପ୍ରଶାସନର ଡ଼ରୁଛି

By ETV Bharat Odisha Team

Published : Nov 5, 2023, 10:47 PM IST

thumbnail

ଶ୍ରୀନଗର: "ଜନତାଙ୍କ ସ୍ବରକୁ ପ୍ରଶାସନର ଡ଼ରୁଛି" ଏମିତି କିଛି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫତି । ସେ କହିଛନ୍ତି, ଗୋଟିଏ ପଟେ ପ୍ରଶାସନ ଦାବି କରୁଛି ଯେ ଜମ୍ମୁ କାଶ୍ମୀରରେ ସବୁ କିଛି ଠିକ ଚାଲିଛି । ହେଲେ ଅନ୍ୟପଟେ ଜନତାଙ୍କ ସ୍ବର ପ୍ରତି ପ୍ରଶାସନର ଭୟ ରହିଛି ।  

ଏହା ବି ପଢନ୍ତୁ...CRPF ଗାଡି ଉପରକୁ ଗୁଳିମାଡ, ସିସିଟିଭିରେ କଏଦ ହେଲା ଫାୟରିଂର ଦୃଶ୍ୟ

ନିକଟରେ ପୂର୍ବତନ ଡିଜିପି ଦିଲବାଗ ସିଂ କହିଥିଲେ, "ଗତ ୪ ବର୍ଷ ମଧ୍ୟରେ ଘାଟିରେ ଅଧିକ ଆତଙ୍କୀ ହମଲା ହୋଇନାହିଁ ।" ସେପଟେ କିଛି କର୍ମଚାରୀ ବିରୋଧ ପ୍ରଦର୍ଶନ କରୁଥିବାବେଳେ ପ୍ରଶାସନ କର୍ମଚାରୀଙ୍କୁ ବିରୋଧ କରି ଧର୍ମଘଟ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲା । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମେହବୁବା ମୁଫତି । ମେହବୁବା ମୁଫତି କହିଛନ୍ତି, "ଯଦି କୌଣସି କର୍ମଚାରୀଙ୍କ PF କିମ୍ବା GPF ସହ ଜଡିତ କୌଣସି ଅସୁବିଧା ଥାଏ ଏବଂ ସେ ଏହା ବିଷୟରେ କହିବାକୁ ଚାହାନ୍ତି ତେବେ ପ୍ରଶାସନ ସେଥିରେ ରୋକ୍ ଲଗାଏ । କାରଣ ଜମ୍ମୁ କାଶ୍ମୀରର ଜନତାଙ୍କ ସ୍ବରକୁ ପ୍ରଶାସନର ଡ଼ରୁଛି ।"

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.