CRPF ଗାଡି ଉପରକୁ ଗୁଳିମାଡ, ସିସିଟିଭିରେ କଏଦ ହେଲା ଫାୟରିଂର ଦୃଶ୍ୟ

By ETV Bharat Odisha Team

Published : Sep 19, 2023, 10:48 AM IST

thumbnail

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରର ଖନ୍ୟାରଠାରେ CRPF ଗାଡି ଉପରକୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ପିସ୍ତଲ ଧରି ଜଣେ ଆତଙ୍କୀ ଗାଡି ଉପରକୁ ଗୁଳି ମାଡ଼ କରୁଥିବାର ଏକ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି । CRPFଙ୍କ ଏହି ଗାଡିଟି ବୁଲେଟ ଫ୍ରୁଫ୍‌ ହୋଇଥିବାରୁ ଯବାନମାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ଶ୍ରୀନଗର ପୋଲିସ ।  

ତେବେ ଗୁଳି ଚଳାଇବା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯେଉଁଥିରେ ଜଣେ ମୁଖା ପିନ୍ଧା ଆତଙ୍କୀ CRPF ଗାଡ଼ି ଉପରକୁ ଗୁଳି ଚଳାଉଥିବାର ନଜରକୁ ଆସିଛି । ଗୁଳି ଚଳାଇ ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ମଧ୍ୟ ଦେଖାଯାଇଛି । ଏଥିରେ CRPF ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । 

ଏହାମଧ୍ୟ ପଢନ୍ତୁ..ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ବାରମୂଲା ହାଇୱେରେ IED ଠାବ

ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଗତ ସୋମବାର ସନ୍ଧ୍ୟା ସମୟର ଅଟେ । ଶ୍ରୀନଗର ଖ୍ୱାଜା ବଜାର ନିକଟରେ ଜଣେ ଆତଙ୍କୀ CRPF ଗାଡି ଉପରକୁ ଗୁଳିମାଡ କରି ଖସି ପଳାଇଯାଇଥିଲା । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.